fbpx
BSKY
BJD MC SKY
BJD MS SKY

ରାଇରଙ୍ଗପୁରର ପୂର୍ବତନ ବିଧାୟକଙ୍କୁ ମାଡ଼ ମାରି ଲୁଟିନେଲେ ଟଙ୍କା

ରାଇରଙ୍ଗପୁର(ଓଡ଼ିଶା ଭାସ୍କର): କରୋନା ସମୟରେ ରାଜ୍ୟରେ ଲୁଟ୍ ଚୋରି ଆଦି ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଇରଙ୍ଗପୁରର ପୂର୍ବତନ ବିଧାୟକ ମଧ୍ୟ ଲୁଟର ଶିକାର ହୋଇଛନ୍ତି । ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଂସଦାଙ୍କୁ ମାଡ଼ ମାରି ପ୍ରାୟ ୮୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ୩ ଜଣ ଦୁର୍ବୃତ୍ତ ବ୍ରାହ୍ମଣବସ୍ ଗାଁ ନିକଟରେ ଲୁଟ୍ କରିଥିବା ଜଣାପଡିଛି । ଲୁଟ୍ ପରେ ଗୁରୁତର ସୁଶୀଲଙ୍କୁ ବହଳଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାକୁ ନେଇ ଛାନଭିନ୍ ଆରମ୍ଭ କରିଛି ।

Get real time updates directly on you device, subscribe now.