fbpx
BJD
BJD SKY
BJD SKY

ଝିଟିପିଟି ରୂପରେ କଥା କୁହନ୍ତି ଭଗବାନ, ନାଗ ରୂପେ ପିଅନ୍ତି କ୍ଷୀର: ଏମିତି ପୀଠ ଯେଉଁଠି ସବୁବେଳେ ଜଳୁଥାଏ ଅଖଣ୍ଡ ଦୀପ

କଥା କୁହା ଠାକୁର । ତାଙ୍କ ନା ନେଲେ ଭଲ ହୁଏ ଆସାଧ୍ୟ ରୋଗ । ସେ ହେଉଛନ୍ତି ଜୀବନ୍ତ ଠାକୁର । ଏଠାରେ ସବୁବେଳେ କୁଣ୍ଡ ଭିତରେ ଜଳୁଥାଏ ଅଗ୍ନି । ସାପ କାମୁଡିଲେ ଏଠାରେ ଲୋକ ଭଲ ହୁଅନ୍ତି । ଅପୁତ୍ରିକ ମହିଳା ଏଠାକୁ ଆସିଲେ ପୁତ୍ର ସନ୍ତାନ ଜନ୍ମ ହୁଏ ।

ଭକ୍ତି ଥିଲେ ଭକ୍ତଙ୍କୁ ଦେଖାଦିଅନ୍ତି ପ୍ରଭୁ ଗୋରଖନାଥ । ଯୁଗେ ଯୁଗେ ଭକ୍ତ ଭଗବାନଙ୍କ ମଧ୍ୟରେ ସମ୍ବନ୍ଧ ରହି ଆସିଛି । କେହି ଜଣେ ବିପଦ ବେଳେ ଭଗବାନଙ୍କୁ ଡାକିଲେ ଭଗବାନ ତାଙ୍କୁ ଭିନ୍ନ ରୂପରେ ସହାୟ ହୁଅନ୍ତି । ଏକଥା ବିଶ୍ୱାସ ନହେଲେ ବି ସତ, ଏମିତି ଏକ ଜାଗା ରହିଛି, ଯେଉଁଠି ଡାକିଲେ ପ୍ରଭୁ ଝିଟିପିଟି ରୂପେ ଶବ୍ଦ ଦିଅନ୍ତି ଏବଂ ନାଗ ରୂପେ କ୍ଷୀର ପିଇବା ସହିତ କଳ୍ପବୃକ୍ଷେ ଦର୍ଶନ ଦିଅନ୍ତି । ସେହି ସ୍ଥାନ ହେଉଛି ଜଗତସିଂହପୁର ଜିଲ୍ଲାର ଗୋରଖନାଥ ପୀଠ ।

ଜଗତସିଂହପୁର ଜିଲ୍ଲା ମା ଶାରଳା ମଣ୍ଡଳ ଅଧିନସ୍ଥ ଧର୍ତ୍ତଙ୍ଗଗଡ଼ ଜଙ୍ଗଲର ଅବଶିଷ୍ଟାଂଶ ଭାଗ ତଥା ଝଙ୍କଡ଼ର ଶେଷ ମଧ୍ୟ ଭୂପୃଷ୍ଠ ଅଞ୍ଚଳ ଛପଡା ଠାରେ ପ୍ରଭୁ ଗୋରଖନାଥଙ୍କ ପୀଠ ବିରାଜମାନ । ଏହି ପୀଠକୁ ବିଭୂତିକ୍ଷେତ୍ର ବୋଲି କୁହଯାଏ । ଏଠାରେ ବାଲୁକାପିଣ୍ଡରେ ପ୍ରଭୁ ଦୃଶ୍ୟମାନ ହେଇଛନ୍ତି, ଏଠି ଦିନ ହେଉ କି ରାତି ଧ୍ୱନୀ କୁଣ୍ଡରେ ଅଗ୍ନି ବିରାଜମାନ ହେଇଥାଏ । ପାର୍ଶ୍ୱଦେବ ଭାବେ ପ୍ରଭୁ ଶ୍ରୀକୃଷ୍ଣ ବଲରାମ ରହିଛନ୍ତି । ଅଗ୍ନି କୁଣ୍ଡରୁ ଭସ୍ମ ବାହାର କରାଯାଇ ଭକ୍ତ ମାନକୁ ବିଭୂତି ରୂପେ ଦିଆଯାଏ ।

ଶରୀର ଅସୁସ୍ଥ ଥିଲେ ବିଭୂତିକୁ ଛୁଇଁଲେ ଶରୀରରୁ ରୋଗ ଉଭେଇ ଯାଇଥାଏ । ପ୍ରଭୁଙ୍କ ମହିମା ବଳରେ ମାନସିକ ବ୍ରତୀମାନେ ବହୁ ଦୁରାରୋଗରୁ ଆରୋଗ୍ୟ ଲାଭ କରନ୍ତି । ଏଠାକୁ ମାନସିକଧାରୀ ଭକ୍ତ ଆସି ନିଜର ମାନସିକ ପୂର୍ଣ୍ଣ କରନ୍ତି । ଯିଏ ଯାହା ମାନସିକ ରଖନ୍ତି ତାହା ପ୍ରଭୁ ପୂର୍ଣ୍ଣ କରନ୍ତି, ସେଥିପାଇଁ ରାଜ୍ୟର କୋଣାନୁକୋଣରୁ ବହୁ ଭକ୍ତ ଆସିଥାନ୍ତି ।

Get real time updates directly on you device, subscribe now.