fbpx

U-17 ମହିଳା ବିଶ୍ୱକପ: ମରୋକୋଠାରୁ ୩-୦ ଗୋଲରେ ହାରି କ୍ୱାର୍ଟର ଫାଇନାଲ ଦୌଡରୁ ବାଦ୍ ପଡିଲା ଭାରତ

ଭୁବନେଶ୍ୱର:୧୭ ବର୍ଷରୁ କମ୍ ମହିଳା ବିଶ୍ୱକପରେ ପୁଣି ପରାଜୟର ସମ୍ମୁଖୀନ ହେଲା ଭାରତୀୟ ଟିମ। ଆଜି ଆମେରିକା ବିପକ୍ଷ ମ୍ୟାଚ ତୁଳନାରେ ବହୁତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମରୋକୋଠାରୁ ୩-୦ ଗୋଲରେ ପରାଜୟର ସାମ୍ନା କରିଛି ଭାରତ। ପ୍ରଥମାର୍ଦ୍ଧ ସମୟରେ ସ୍କୋର ୦-୦ ରହିଥିବାବେଳେ ଦ୍ୱିତୀୟାର୍ଦ୍ଧରେ ପେନାଲ୍ଟି କର୍ଣ୍ଣର ଏବଂ ଗୋଲକିପରଙ୍କ ଭୁଲ ଦ୍ୱାରା ମୋରୋକୋ ନିର୍ଣ୍ଣାୟକ ୨-୦ ଅଗ୍ରଣୀ ହାସଲ କରିଥିଲା।

ଫୁଲ୍ ଟାଇମ୍ ହ୍ୱିସିଲ ବାଜିବା ପୂର୍ବରୁ ମରକ୍କୋ ଆଉ ଏକ ଗୋଲ କରି ଆଗ୍ରଣିକୁ ୩-୦କୁ ବୃଦ୍ଧି କରିଥିଲେ। ଗ୍ରୁପ୍ ପର୍ଯ୍ୟାୟରେ ଲଗାତାର ଦୁଇଟି ପରାଜୟ ସହିତ ଭାରତ ଟୁର୍ନାମେଣ୍ଟରୁ ବାଦ୍ ପଡିବା ନିଶ୍ଚିତ ହୋଇଛି। ସୋମବାର ଟୁର୍ନାମେଣ୍ଟର ଅନ୍ତିମ ମ୍ୟାଚରେ ଭାରତ ଶକ୍ତିଶାଳୀ ବ୍ରାଜିଲ ସହିତ ମୁହାଁମୁହିଁ ହେବେ।

Get real time updates directly on you device, subscribe now.