fbpx
BJD SKY
BJD SKY

ସୂର୍ଯ୍ୟ ଦେବଙ୍କ ପୁତ୍ରୀ ସହ ବିବାହ କରିଥିଲେ ହନୁମାନ, ଜାଣନ୍ତୁ କାହିଁକି…

BJD

ଶାସ୍ତ୍ରରେ ସୂର୍ଯ୍ୟ ଦେବତାଙ୍କୁ ବିଶେଷ ସ୍ଥାନ ଦିଆଯାଇଛି । ସୂର୍ଯ୍ୟ ହେଉଛନ୍ତି ଉର୍ଜ୍ଜାର ପ୍ରତୀକ । ନବଗ୍ରହମାନଙ୍କ ରାଜା ହେଉଛନ୍ତି ସୂର୍ଯ୍ୟ ଦେବ । ନିୟମିତ ସୂର୍ଯ୍ୟଦେବଙ୍କ ଉପାସନା କରିବା ଦ୍ୱାରା ବ୍ୟକ୍ତିକୁ ଆରୋଗ୍ୟ ପ୍ରାପ୍ତି ହୋଇଥାଏ । ଜୀବନରେ ସଫଳତା ମିଳିବା ସହ ସୂର୍ଯ୍ୟ ଦେବଙ୍କ କୃପା ଲାଭ ହୋଇଥାଏ । ସୂର୍ଯ୍ୟ ଦେବଙ୍କ କୃପାରୁ ପବନ ପୁତ୍ର ହନୁମାନ ଅସାଧାରଣ ଶକ୍ତି ଏବଂ ବୁଦ୍ଧିର ପ୍ରତିକ । ସମସ୍ତେ ଜାଣିଛନ୍ତି ଶ୍ରୀ ହନୁମାନ ବାଳ ବ୍ରହ୍ମଚାରୀ ଥିଲେ । କିନ୍ତୁ ଶିକ୍ଷାଲାଭ ପାଇଁ ସେ ବିବାହ କରିଥିଲେ । କାହିଁକି ସେ ଏଭଳି ନିଷ୍ପତ୍ତି ନେଲେ ? କ’ଣ ଥିଲା ଏହା ପଛର କାରଣ ?

କିମ୍ବଦନ୍ତୀ ଅନୁଯାୟୀ ଥରେ ଶ୍ରୀ ହନୁମାନ ସୂର୍ଯ୍ୟ ଦେବଙ୍କୁ ଫଳ ଭାବି ଖାଇବା ପାଇଁ ଚେଷ୍ଟା କରିଥିଲେ । କିମ୍ବଦନ୍ତୀ ଅନୁଯାୟୀ ଏକଦା ପ୍ରଭୁ ହନୁମାନ ସୂର୍ଯ୍ୟଦେବଙ୍କୁ ଗୁରୁ ଭାବେ ଚୟନ କରି ଶିକ୍ଷା ପ୍ରାପ୍ତି ନିମନ୍ତେ ପ୍ରର୍ଥନା କରିଥିଲେ । ସୂର୍ଯ୍ୟଦେବ କହିଥିଲେ,‘ମୁଁ ନିରନ୍ତର ଗତିଶୀଳ । ଅଟକି ଗଲେ ସୃଷ୍ଟିର ସଂଚାଳନରେ ବାଧା ଉତ୍ପନ୍ନ ହେବ ।’ ଏଥିରେ ଶ୍ରୀ ହନୁମାନ ଅତି ଚତୁରତାର ସହ ଉତ୍ତର ଦେଇ କହିଥିଲେ ଯେ ସେ ସୂର୍ଯ୍ୟ ଦେବଙ୍କ ସହ ପରିକ୍ରମା କରି ଶିକ୍ଷା ଲାଭ କରିବେ । ସୂର୍ଯ୍ୟ ଦେବ ହନୁମାନଙ୍କ ନିଷ୍ଠା ଦେଖି ପ୍ରସନ୍ନ ହୋଇଥିଲେ ଏବଂ ଶିକ୍ଷାଦାନ କରିବା ପାଇଁ ରାଜି ହୋଇଥିଲେ । ଏଥିପାଇଁ ହନୁମାନ ବି ବେଶ ଉତ୍ସାହିତ ଥିଲେ । ସୂର୍ଯ୍ୟ ଦେବ ୯ଟି ବିଦ୍ୟାରୁ ୫ଟି ବିଦ୍ୟା ବିଷୟରେ ପ୍ରଭୁ ହନୁମାନଙ୍କୁ ଜ୍ଞାନ ଦେଇଥିଲେ । କିନ୍ତୁ ଆଉ ୪ଟି ବିଦ୍ୟା ଶିଖିବା ପାଇଁ ଏକ ବାଧା ଉତ୍ପନ୍ନ ହୋଇଥିଲା । କାରଣ କେବଳ ଜଣେ ବିବାହିତ ହିଁ ସେହି ବିଦ୍ୟା ଆହରଣ କରିବା ପାଇଁ ଯୋଗ୍ୟ । ଏଥିରେ ସୂର୍ଯ୍ୟ ଦେବ ପ୍ରଭୁ ହନୁମାନଙ୍କୁ ବିବାହ କରିବା ପାଇଁ କହିଥିଲେ । ପ୍ରଭୁ ହନୁମାନ ତ ବାଳ ବ୍ରହ୍ମଚାରୀ ଥିଲେ । ତାଙ୍କ ବ୍ରହ୍ମଚର୍ଯ୍ୟା ବ୍ରତ ଭାଙ୍ଗିବାର ଭୟ ଥିଲୋ । ସେ ଦୁବିଧାରେ ପଡ଼ିଗଲେ ।

ଏହି ସମସ୍ୟାର ସମାଧାନ ପାଇଁ ଗୁରୁ ସୂର୍ଯ୍ୟ ଦେବଙ୍କ ପରାମର୍ଶ ଲୋଡ଼ିଥିଲେ । ସୂର୍ଯ୍ୟ ଦେବ ପରାମର୍ଶ ଦେଇ କହିଥିଲେ ତୁମେ ଏପରି ଏକ କନ୍ୟା ସନ୍ଧାନ କର ଯାହା ସହ ବିବାହ ପଶ୍ଚାତ ଗୃହସ୍ଥ ଜୀବନଯାପନ କରିବ ନାହିଁ । ଗୁରୁଙ୍କ ଆଜ୍ଞା ପାଳନ କରିବାକୁ ଯାଇ ହନୁମାନ ଅନେକ ଚେଷ୍ଟା କରିବା ପରେ ମଧ୍ୟ ବିଫଳ ହୋଇଥିଲା । ପରେ ସୂର୍ଯ୍ୟ ଦେବ ନିଜ ତେଜସ୍ୱୀ ପୁତ୍ରୀ ସୁବର୍ଚଲାର ବିବାହ ପ୍ରସ୍ତାବ ଦେଇଥିଲେ । ସୁବଚର୍ଲା ଜଣେ ପରମ ତପସ୍ୱିନୀ ଥିଲେ । ତାଙ୍କ ପିତା ଯେତେବେଳେ ହନୁମାନଙ୍କ ବିଷୟରେ ସବୁ କଥା କହିଲେ ସେ ରାଜି ହୋଇ ଯାଇଥିଲେ । ପରେ ଦୁହିଙ୍କ ବିବାହ ହୋଇଥିଲା କିନ୍ତୁ ସେମାନେ ଗୃହସ୍ଥ ଜୀବନଯାପନ କରିନଥିଲେ । ଏହି ପରି ହନୁମାନଙ୍କ ବିବାହ ବି ହୋଇଗଲା ଓ ତାଙ୍କ ବ୍ରହ୍ମଚାର୍ଯ୍ୟ ବ୍ରତ ବି ଭାଙ୍ଗିନଥିଲା । ଏହିପରି ଶ୍ରୀ ହନୁମାନ ସୂର୍ଯ୍ୟ ଦେବଙ୍କ ଠାରୁ ଆଉ ୪ଟି ବିଦ୍ୟା ପ୍ରାପ୍ତ କରିଥିଲେ ।

Get real time updates directly on you device, subscribe now.