fbpx

ଜ୍ୱରରୁ ସୁସ୍ଥ ହେଲେ ମହାପ୍ରଭୁ, କାଲି ହେବ ବନକଲାଗି ନୀତି

ପୁରୀ(ଓଡ଼ିଶା ଭାସ୍କର): ଦଶମୁଳ ମହୋଷଧୀ ସେବନ ପରେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଛନ୍ତି ଦାରୁବ୍ରହ୍ମ। ଶ୍ରୀଅଙ୍ଗରେ ଫୁଲୁରି ତେଲ ମାଲିସ ପରେ ଲାଘବ ହୋଇଛି ଜ୍ୱରପୀଡ଼ା। ଏହି ଖବର ଶ୍ରୀନଅରରେ ଆଦ୍ୟ ସେବକ ଗଜପତି ମହାରାଜଙ୍କୁ ସୂଚନା ଦେବା ସହିତ ମହାପ୍ରଭୁଙ୍କ ଲାଗି ପ୍ରସାଦ ପ୍ରଦାନ କରିଛନ୍ତି। ଦାରୁବ୍ରହ୍ମଙ୍କ ସୁସ୍ଥ ହେବା ଖବର ଶୁଣି ଆଶ୍ଵସ୍ତ ହୋଇଛନ୍ତି ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ବୋଲି ଗଜପତି ମହାରାଜା ମତ ଦେଇଛନ୍ତି।

ଗତ ୧୪ ତାରିଖ ସ୍ନାନପୂର୍ଣ୍ଣିମା ତିଥିରେ ସ୍ନାନମଣ୍ଡପରେ ୧୦୮ ଗଡୁ ଜଳରେ ସ୍ନାନଯୋଗୁଁ ମହାପ୍ରଭୁ ଅସୁସ୍ଥ ହୋଇଥିଲେ। ସ୍ନାନପୂର୍ଣ୍ଣିମା ରାତିରୁ ଏପର୍ଯ୍ୟନ୍ତ ପ୍ରଭୁଙ୍କୁ ଅଣସର ଘରେ ରଖାଯାଇ ସେବାପୂଜା କରାଯାଉଛି। ମହାପ୍ରଭୁ ସୁସ୍ଥହେବା ପରେ ଚକାବିଜେ କରିଛନ୍ତି ଶ୍ରୀଅଙ୍ଗରେ ଖଳିଲାଗି କରାଯାଇଛି। ରବିବାର ତ୍ରୟୋଦଶୀ ତିଥିରେ ଘଣାଲାଗି କରାଯିବ। ସୋମବାର ଓ ମଙ୍ଗଳବାର ବନକଲାଗି (ଶ୍ରୀମୁଖ ସିଂହାର) ନୀତି ଅନୁଷ୍ଠିତ ହେବ। ଆଗାମୀ ୨୯ ତାରିଖ ବୁଧବାର ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁଦ୍ଧାମୂର୍ତ୍ତି। ଜୁଲାଇ ପହିଲାରେ ଶ୍ରୀଗୁଣ୍ଡିଚା ଯାତ୍ରା ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ।

Get real time updates directly on you device, subscribe now.