fbpx

ମହିଳା ଟି-୨୦: ୨-୦ରେ ସିରିଜ କବ୍‌ଜା କଲା ଭାରତ, ୩୫ରନ୍‌ରେ ହାରି ସିରିଜ ହାତଛଡ଼ା କଲା ଶ୍ରୀଲଙ୍କା

ଦାମ୍ବୁଲା : ଶ୍ରୀଲଙ୍କା ବିପକ୍ଷ ଚଳିତ ମହିଳା ଟି-୨୦ କ୍ରିକେଟ ସିରିଜରେ ଦମଦାର ପ୍ରଦର୍ଶନ କରି ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ୨-୦ ଅଗ୍ରଣୀ ସହିତ ଆଗୁଆ ସିରିଜ କବଜା କରି ନେଇଛି । ପ୍ରଥମ ମ୍ୟାଚରେ ୩୫ ରନରେ ବିଜୟୀ ହୋଇଥିବା ଭାରତୀୟ ଦଳ ଶନିବାର ଦିନ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରିଛି ।

ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୭ ୱିକେଟ ହରାଇ ୧୨୫ ରନ କରିଥିବା ବେଳେ ପଛରେ ବ୍ୟାଟିଂ କରି ୧୯.୧ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଅଧିନାୟିକା ହରମନପ୍ରୀତ କୌର ୩୨ ବଲରୁ ୩୧,ଉପ ଅଧିନ଼ାୟିକା ସ୍ମୃତି ମାନ୍ଧାନା ୩୪ ବଲରୁ ୩୯, ଶେଫାଳୀ ବର୍ମା ୧୦ ବଲରୁ ୧୭ ଓ ଶାବିନେନ ।ମଘାନା ୧୦ ବଲରୁ ୧୭ ରନ କରିବା ସହିତ ଭାରତର ବିଜୟ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଟସ୍‌ ଜିତିବା ପରେ ଶ୍ରୀଲଙ୍କା ପ୍ରାରମ୍ଭରୁ ଦମଦାର ପ୍ରଦର୍ଶନ କରି ଥିଲା । ଅଧିନାୟିକା ଚାମାରୀ ଆଥାପାଥୁ ଭାରତୀୟ ବୋଲରଙ୍କୁ ଧୂଲେଇ କରି ୪୧ ବଲରୁ ୪୩ ଓ ଭିଶମି ଗୁଣରତ୍ନେ ୫୦ ବଲରୁ ୪୫ ରନ କରିଥିଲେ ।

ତେଣୁ ଶ୍ରୀଲଙ୍କା ଏକ ବଡ ସ୍କୋର କରି ପାରିବ ବୋଲି ଅନୁମାନ କରା ଯାଉଥିଲା । ମାତ୍ର ଏହି ଦୁଇ ବ୍ୟାଟସ୍ମ୍ୟାନ ଆଉଟ ହେବା ପରେ ଶ୍ରୀଲଙ୍କାର ଅଚାନକ ବ୍ୟାଟିଂ ବିର୍ଯ୍ୟୟ ଆରମ୍ଭ ହୋଇ ଥିଲା । ଫଳରେ ୨୦ ଓଭରରେ କେବଳ ୧୨୫ ରନ କରିବାକୁ ସମର୍ଥ ହୋଇଥିଲା । ଭାରତ ପକ୍ଷରୁ ଦୀପ୍ତି ଶର୍ମା ୩୪ ରନରେ ୨ ୱିକେଟ ଅକ୍ତିଆର କରିଥିବା ବେଳେ ଅନ୍ୟ ବୋଲରଙ୍କ ପ୍ରଦର୍ଶନ ମଧ୍ୟ ପ୍ରଶଂସନୀୟ ଥିଲା । ଆସନ୍ତା ସୋମବାର ଦିନ ଏଠାରେ ଭାରତ  ଓ ଶ୍ରୀଲଙ୍କା ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଅନୁଷ୍ଠିତ ହେବ । ଏହି ସିରିଜ ସମାପ୍ତ ପରେ ଉଭୟ ଦଳ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.