fbpx

ଜୀବନରେ ଏହି ଭୁଲ୍‌ରୁ ରୁଷ୍ଟ ହୁଅନ୍ତି ଭୋଳାନାଥ, ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ସୁଧାରି ନିଅନ୍ତୁ

ଓଡ଼ିଶା ଭାସ୍କର:ଧାର୍ମିକ ଗ୍ରନ୍ଥ ଅନୁସାରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ । ମହାଦେବ ମାତ୍ର ଏକ କଳସୀ ଜଳରେ ବି ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ଶିବ ପୁରାଣରେ ଏପରି କିଛି ଭୁଲ୍ ବିଷୟରେ ଉଲ୍ଲେଖ ରହିଛି ଯାହାକୁ ଭଗବାନ ଶିବ କେବେ କ୍ଷମା ଦିଅନ୍ତି ନାହିଁ । ଆସନ୍ତୁ ଏପରି କିଛି ଭୁଲ୍ ବିଷୟରେ ଜାଣିବା ଯାହାକୁ ନେଇ ଭଗବାନ ଶିବ ବହୁତ ରୁଷ୍ଟ ହୋଇଥାନ୍ତି ।
ବୈବାହିକ ସଂପର୍କରେ ସଚ୍ଚୋଟ ନୁହଁନ୍ତି: ଭାଙ୍ଗିବାର ଚେଷ୍ଟା:ଭଗବାନ ଶିବଙ୍କୁ ସେହି ଲୋକ ପସନ୍ଦ ନୁହଁନ୍ତି ଯେଉଁମାନେ ସଂପର୍କରେ ସଚ୍ଚୋଟ ନୁହଁନ୍ତି । ଅର୍ଥାତ୍ ସେମାନେ ବୈବାହିକ ସଂପର୍କ ବାହାରେ କୌଣସି ଅନ୍ୟ ନାରୀ ବା ପୁରୁଷଙ୍କ ଉପରେ ଦୃଷ୍ଟି ପକାନ୍ତି ।
ଟଙ୍କା ପଇସାରେ ଧୋକାବାଜି: ଭଗବାନ ଶିବଙ୍କୁ ସେହି ଲୋକ ପସନ୍ଦ ନୁହଁନ୍ତି ଯେଉଁମାନେ ଟଙ୍କା ପଇସାରେ ଅନ୍ୟମାନଙ୍କ ସହ ଧୋକାବାଜି କରିଥାନ୍ତି । ଅନ୍ୟର ଧନ ଉପରେ ନଜର ରଖିବା ବା ଅର୍ଥ ତୋଷରପାତ କରିବା ଅପରାଧ ହୋଇଥାଏ ।
ଅନ୍ୟକୁ କଷ୍ଟ ଦେବା:କୌଣସି ନିରୀହ ଲୋକକୁ କଷ୍ଟ ଦେବା କିମ୍ବା ତାଙ୍କର କ୍ଷତି କରିବା ବଡ ଅପରାଧ । ଭଗବାନ ଶିବ ଏପରି ବ୍ୟକ୍ତିଙ୍କୁ କ୍ଷମା କରନ୍ତି ନାହିଁ ।
ଭୁଲ୍ ରାସ୍ତା ଆପଣାଇବା: କିଛି ଲୋକ ଠିକ୍ ନିର୍ଦ୍ଦେଶ ମିଳିବା ସତ୍ତ୍ୱେ ଭୁଲ୍ ରାସ୍ତାରେ ଚାଲିଥାନ୍ତି । ଏପରି ଲୋକଙ୍କ ପାପ ଅକ୍ଷମଣୀୟ ଅଟେ ।
ଅନ୍ୟର ନାମରେ ଅପବାଦ ଦେବା: ଜାଣିଶୁଣି କାହାର ମାନ ସମ୍ମାନରେ ହାନୀ ପହଞ୍ଚାଇବା କିମ୍ବା କାହା ପଛରେ ଚର୍ଚ୍ଚା କରିବା ମଧ୍ୟ ଅପରାଧ । ସେହିପରି କାହା ନାମରେ ଅପବାଦ ପ୍ରଚାର କରିବା କି ଅପରାଧ । ଏହା ସହିତ ଅନ୍ୟ ବିଷୟରେ ସର୍ବଦା ଖରାପ ଚିନ୍ତା କରିବା ମଧ୍ୟ ଅକ୍ଷମଣୀୟ ।

Get real time updates directly on you device, subscribe now.