fbpx

୫ମ ଥର ବିବାହ କରିବାକୁ ଯାଉଛନ୍ତି ୯୨ ବର୍ଷୀୟ ଏହି ମିଡିଆ ଟାଇକୁନ, ପ୍ରେମିକା ଜୁକୋଭାଙ୍କ ସହ ସରିଲା ଏନଗେଜମେଣ୍ଟ

ନୂଆଦିଲ୍ଲୀ: ମିଡିଆ ଟାଇକୁନ୍ ରୁପୋର୍ଟ ମୁର୍ଡୋକ୍‌ଙ୍କର ୯୨ ବର୍ଷରେ ନିଜ ପ୍ରେମିକା ଏଲେନା ଜୁକୋଭାଙ୍କ ସହ ଏନଗେଜମେଣ୍ଟ ସଂପନ୍ନ ହୋଇଛି । ଏହା ତାଙ୍କର ୫ମ ଏନଗେଜମେଣ୍ଟ । ବିଶେଷ ସୂତ୍ରରୁ ଜଣାପଡିଛି କି ଏଲେନା ଜୁକୋଭା ଓ ରୁପୋର୍ଟଙ୍କ ବିବାହ କାଲିଫର୍ଣ୍ଣିଆରେ ରୁପୋର୍ଟଙ୍କ ୱାଇନୟାର୍ଡ ଆଣ୍ଡ ଇଷ୍ଟେଟ୍ ମୋରେଗାରେ ଅନୁଷ୍ଠିତ ହେବ । ରୁପୋର୍ଟ ଫକ୍ସ ଓ ନ୍ୟୁଜ୍ କର୍ପର ଅଧ୍ୟକ୍ଷ ପଦରୁ ହଟିବାର କିଛି ମାସ ପରେ ଏହି ଏନଗେଜମେଣ୍ଟ ହୋଇଛି । ଏହି ପଦରୁ ହଟିବା ପରେ ଏକ ବିଶାଳ ମିଡିଆ ସାମ୍ରାଜ୍ୟର ଶୀର୍ଷ ପଦବୀରେ ତାଙ୍କର ୭ ଦଶକରୁ ଅଧିକ ସମୟର କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡିଛି ।

ନ୍ୟୁୟର୍କ ଟାଇମ ସୂତ୍ରରୁ ଜଣାଯାଇଛି କି ମସ୍କୋରେ ରହୁଥିବା ଜୁକୋଭାଙ୍କ ବୟସ ଏବେ ୬୭ ବର୍ଷ । ସେ ଜଣେ ଅବସରପ୍ରାପ୍ତ ଜୀବବିଜ୍ଞାନୀ । ଡେଲି ମେଲ୍ ରିପୋର୍ଟ ଅନୁଯାୟୀ ଜୁକୋଭାଙ୍କର ରୁପୋର୍ଟଙ୍କ ସହ ସାକ୍ଷାତ ତାଙ୍କ ତୃତୀୟ ପତ୍ନୀ ବେଣ୍ଡି ଡେଙ୍ଗଙ୍କ ଜରିଆରେ ହୋଇଥିଲା । ପୂର୍ବରୁ ରୁପୋର୍ଟଙ୍କର ଅଭିନେତ୍ରୀ ଓ ମଡେଲ୍ ଜେରୀ ହଲ୍‌ଙ୍କ ସହ ତଲାକ ହୋଇଥିଲା । ବିବାହର ୬ ବର୍ଷ ପରେ ଏହି ସଂପର୍କ ତୁଟି ଯାଇଥିଲା । ତେବେ ଏହାପରେ ରୁପୋର୍ଟଙ୍କର ସାନଫ୍ରାନସିସ୍‌କୋ ପୋଲିସରେ ଥିବା ଏନ୍ ଲେସଲୀ ସ୍ମିଥଙ୍କ ସହ ଏନଗେଜମେଣ୍ଟ ହୋଇଥିଲା । କିନ୍ତୁ ମାତ୍ର କିଛି ସପ୍ତାହ ପରେ ଏମାନଙ୍କ ସଂପର୍କ ତୁଟି ଯାଇଥିଲା ।

Get real time updates directly on you device, subscribe now.