fbpx

ବେଲ ଗଛ ମୂଳେ ଦୀପଦାନ କଲେ ମିଳିଥାଏ ଶିବଙ୍କ କୃପା

ଓଡ଼ିଶା ଭାସ୍କର: ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସମୟରେ ଦୀପ ଜଳାଇବା ପ୍ରାଚୀନ ହିନ୍ଦୁ ପରମ୍ପରା ଅଟେ । ଘରର ସୁଖ ଶାନ୍ତି ବଜାୟ ରଖିବା ପାଇଁ ଏବଂ ଶୁଭାଶୁଭ ଫଳ ପାଇଁ ଦୀପଦାନର ମହତ୍ୱ ରହିଛି । ପ୍ରତିଦିନ ସ୍ନାନ କରିସାରିବା ପରେ ଏବଂ ସନ୍ଧ୍ୟା ସମୟରେ ଦୀପ ପ୍ରଜ୍ୱଳନ କରିବା ଦ୍ୱାରା ଘରର ପରିବେଶ ଶୁଦ୍ଧ ହୋଇଥାଏ ଏବଂ ସକାରାତ୍ମକ ଶକ୍ତି ସଂଚାର ହୋଇଥାଏ । ଏହା ସହ ଘରୁ ନକାରାତ୍ମକ ଶକ୍ତି ଦୂରେଇଥାଏ ବୋଲି ବିଶ୍ୱାସ ରହିଛି । ବିଶେଷ କରି ହିନ୍ଦୁ ଧର୍ମରେ ଭଗବାନଙ୍କୁ ପୂଜା କରିବା ସମୟରେ ଆମେ ଫୁଲ, ଫଳ, ଧୂପ, ଦୀପ ଇତ୍ୟାଦି ଅର୍ପଣ କରିଥାଉ । କିନ୍ତୁ ଭଗବାନ ଶିବ ଶିବଙ୍କୁ କେବଳ ବେଲ ପତ୍ର ଅର୍ପଣ କଲେ ସେ ସନ୍ତୁଷ୍ଟ ହୋଇଥାନ୍ତି । ଧାର୍ମିକ ଦୃଷ୍ଟିରୁ ଅଶ୍ୱତଥ, ବର, ବେଲ ଭଳି ଅନ୍ୟାନ୍ୟ ବୃକ୍ଷ ମୂଳେ ଦୀପଦାନ କରିବା ଦ୍ୱାରା ଦେବତାଙ୍କ କୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଆସନ୍ତୁ ଜାଣିବା ବେଲ ଗଛ ମୂଳେ ଦୀପ ଜଳାଇବା ଦ୍ୱାରା କ’ଣ ଲାଭ ମିଳିଥାଏ ।ବେଲ ଗଛ ମୂଳେ ଦୀପ ଜାଳିବା ଶୁଭ ଅଟେ । ଏହା ଦ୍ୱାରା ମହାଦେବଙ୍କ କୃପା ଲାଭ ହୋଇଥାଏ । ଏବଂ ଜୀବନରେ ଦେଖାଯାଉଥିବା ସମସ୍ତ ସଙ୍କଟ ଦୂର ହୋଇଥାଏ ।

୨. ପବିତ୍ର ମନରେ ଶିବଙ୍କୁ ସ୍ମରଣ କରି ବେଲ ଗଛ ମୂଳେ ଦୀପ ଜାଳିଲେ ବ୍ୟକ୍ତିଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

୩. ଜୀବନରେ ଅର୍ଥିକ ସଂକଟ ଦେଇ ଗତି କରୁଥିଲେ ବେଲ ଗଛ ମୂଳେ ଦୀପ ଜଳାନ୍ତୁ । ଏପରି କରିଲେ ଧିରେ ଧିରେ ଅର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଧନ ପ୍ରାପ୍ତିର ମାର୍ଗ ଖୋଲିଥାଏ ।

୪. ବେଲ ଗଛ ମୂଳେ ନିୟମିତ ଜଳ ଅର୍ପଣ କରିବା ସହ ଦିପ ଜାଳିଲେ ପିତୃଦୋଷରୁ ମୁକ୍ତି ମିଳିଥାଏ ।

ତେବେ ସୂର୍ଯ୍ୟାସ୍ତ ପରେ ବେଲ ଗଛ ମୂଳେ ଦୀପଦାନ କରନ୍ତୁ । ବିଶେଷ କରି ଘିଅ ଦୀପ ଜାଳିବା ଶୁଭ ଫଳ ଦେଇଥାଏ ।

Get real time updates directly on you device, subscribe now.