fbpx
BJD SKY
BJD SKY

RBI ଜାରି କଲା ୩୦ଟି ବ୍ୟାଙ୍କ ଲିଷ୍ଟ: ବ୍ୟାଙ୍କରେ ଫଶି ରହିଥିବା ପୁରୁଣା ଅର୍ଥକୁ ଫେରି ପାଇବେ ଗ୍ରାହକ, ଲଞ୍ଚ ହେଲା ପୋର୍ଟାଲ

BJD

ନୂଆଦିଲ୍ଲୀ: ଯଦି ଆପଣଙ୍କର ବା ଆପଣଙ୍କର କୌଣସି ସମ୍ପର୍କୀୟଙ୍କର କିଛି ଅର୍ଥ ବହୁଦିନ ଧରି ବ୍ୟାଙ୍କରେ ଫଶି ରହିଛି ତେବେ ସେନେଇ ଆସିଛି ଏକ ଖୁସି ଖବର । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ପୋର୍ଟାଲ ଲଞ୍ଚ କରିଛି । ଏହି ପୋର୍ଟାଲ ଜରିଆରେ ଆପଣମାନେ ଅନକ୍ଲେମଡ ଡିପୋଜିଟସ ବା ଅଣଦାବିଦାର ଜମାରାଶିରୁ ଅର୍ଥ ଉଠାଇ ପାରିବେ । ଏନେଇ ଆରବିଆଇ ପକ୍ଷରୁ ୩୦ଟି ବ୍ୟାଙ୍କର ଏକ ଲିଷ୍ଟ ଜାରି କରାଯାଇଛି । ଏହିସବୁ ବ୍ୟାଙ୍କମାନଙ୍କରୁ ଆପଣମାନେ ଫଶି ରହିଥିବା ଅର୍ଥ ଉଠାଇ ପାରିବେ ।

ଅନେକ ସମୟରେ ଆମର ଜେଜେ ମା’-ଜେଜେ ବାପା, ଅଜା-ଆଈଙ୍କର ବ୍ୟାଙ୍କରେ ପୁରୁଣା ଆକାଉଣ୍ଟ ରହିଥାଏ । ମାତ୍ର ନେଣଦେଣ ନ ହେବା କାରଣରୁ ବା ଅନ୍ୟ କୌଣସି କୌଣସି ସେହି ଆକାଉଣ୍ଟରୁ ଗ୍ରାହକମାନେ ଅର୍ଥ ଉଠାଣ କରିପାରି ନଥାନ୍ତି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆରବିଆଇ ପକ୍ଷରୁ ଏକ ପୋର୍ଟାଲ ଲଞ୍ଚ କରାଯାଇଛି । ତା’ ମାଧ୍ୟମରେ ଆପଣମାନେ ଅନକ୍ଲେମଡ୍ ଡିପୋଜିଟରୁ ଅର୍ଥ ଉଠାଇ ପାରିବେ । ଆରବିଆଇ ପକ୍ଷରୁ ଜାରି କରାଯାଇଥିବା ୩୦ଟି ବ୍ୟାଙ୍କ ଜରିଆରେ ଆପଣମାନେ ଏହି ଅର୍ଥ ଉଠାଇ ପାରିବେ ବୋଲି କୁହାଯାଇଛି ।

‘ଅନକ୍ଲେମଡ ଡିପୋଜିଟସ୍ ଗେଟୱେ ଟୁ ଏକ୍ସେସ ଇନଫର୍ମେସନ (ୟୁଡିଗମ) ପୋର୍ଟାଲ ଜରିଆରେ ଆପଣମାନେ ଅର୍ଥ ଉଠାଇ ପାରିବେ । ଏହି ପୋର୍ଟାଲକୁ ଯାଇ ଆପଣମାନେ ପୂର୍ବରୁ ଫଶି ରହିଥିବା ଅର୍ଥ ଫେରି ପାଇବେ । ଏହି ପୋର୍ଟାଲ ଜରିଆରେ ଆପଣମାନେ ଗୋଟିଏ ସ୍ଥାନରୁ ଅନେକ ବ୍ୟାଙ୍କରୁ ଅନକ୍ଲେମଡ ଡିପୋଜିଟସ ଓ ଆକାଉଣ୍ଟ ଖୋଜିପାରିବେ । ଖୁବଶୀଘ୍ର ଆରବିଆଇ ଅନ୍ୟ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଏହି ପୋର୍ଟାଲରେ ସାମିଲ କରିବ । ମାର୍ଚ୍ଚ ୪ ସୁଦ୍ଧା ଏହି ପୋର୍ଟାଲରେ ୩୦ଟି ବ୍ୟାଙ୍କକୁ ସାମିଲ କରାଯାଇଛି । ଏହି ୩୦ଟି ବ୍ୟାଙ୍କରେ ମୋଟ ଅନକ୍ଲେମଡ ଡିପୋଜିଟସର ୯୦ ପ୍ରତିଶତ ଅର୍ଥ ରହିଛି । ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ଅଲଗା ଅଲଗା ବ୍ୟାଙ୍କରେ ମୋଟ ୪୨,୨୭୦ କୋଟି ଅଣକ୍ଲେମଡ୍ ରାଶି ପଡ଼ି ରହିଛି ।

Get real time updates directly on you device, subscribe now.