fbpx

IIT ଭୁବନେଶ୍ୱର ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି: ମାର୍ଚ୍ଚ ୨୧ ପୂର୍ବରୁ ଅନଲାଇନରେ ଆବେଦନ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ସୁପରିଟେଣ୍ଡିଂ ଇଞ୍ଜିନିୟର, ମେଡିକାଲ ଅଫିସର, ଆସିଷ୍ଟାଣ୍ଟ ଲେଗାଲ ଅଫିସର, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର (ଫାଇନାନ୍ସ ଆଣ୍ଡ ଆକାଉଣ୍ଟସ), ପ୍ରାଇଭେଟ ସେକ୍ରେଟାରୀ, ଶାରୀରିକ ପ୍ରଶିକ୍ଷଣ ପ୍ରଶିକ୍ଷକ ଆଦି ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

ମାର୍ଚ୍ଚ ମାସ ପହିଲାରୁ ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଥିବା ବେଳେ ଏହା ୨୧ ତାରିଖରେ ସମାପ୍ତ ହେବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ଅନଲାଇନରେ ଆବେଦନ କରିବା ପରେ ପ୍ରାର୍ଥୀଙ୍କୁ ହାର୍ଡ କପି ପଠାଇବାର ଆବଶ୍ୟକତା ନାହିଁ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁଡି, ଏକ୍ସ-ସର୍ଭିସମେନ, ଟ୍ରାନ୍ସଜେଣ୍ଡର ଆଦି ବର୍ଗର ପ୍ରାର୍ଥୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ପ୍ରାର୍ଥୀଙ୍କୁ ଅର୍ଥ ରାଶି କୌଣସି ପରିସ୍ଥିତିରେ ଫେରସ୍ତ କରାଯିବ ନାହିଁ । ଏକାଧିକ ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଅଲଗା ଅଲଗା ଆପ୍ଲିକେସନ ଫର୍ମ ଜରିଆରେ ଆବେଦନ କରିବାକୁ ଅନୁରୋଧ ।

ନୋଟିଫିକେସନ ଲିଙ୍କ: https://eims.iitbbs.ac.in/CAREER/auth/careerOpening.htm

Get real time updates directly on you device, subscribe now.