fbpx
BJD SKY
BJD SKY

ରାଣୀପଥର ଘାଟିରେ ଓଲଟିଲା OSRTC ବସ୍‌: ୧୦ ରୁ ଅଧିକ ଆହତ

BJD

ଭୁବନେଶ୍ୱର: ଫୁଲବାଣୀ ରାଣୀପଥର ଘାଟିରେ OSRTC ବସ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଭାରସାମ୍ୟ ହରାଇ ଏହି ବସଟି ଓଲଟି ପଡିଛି । ଏହି ଦୁର୍ଘଟଣାରେ ୧୦ ରୁ ଅଧିକ ଲୋକେ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି । ସୂଚନାନୁଯାୟୀ, ଏହି ସରକାରୀ ବସରେ ୪୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ଏହି ଯାତ୍ରୀବାହୀ ବସ ଫୁଲବାଣୀରୁ ଅନୁଗୁଳ ଯୋଗେ ଯାତ୍ରା କରୁଥିଲା । ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଏହି ଦୁର୍ଘଟଣାଟି ଘଟିଛି । ଆହତଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଏବଂ ମହିଳା ବୋଲି ଜଣାପଡିଛି ।

Get real time updates directly on you device, subscribe now.