fbpx
BJD SKY
BJD SKY

ଦିନ ହେଲେ ଅଯୋଧ୍ୟାରୁ ବାହାରି ଯାଆନ୍ତି ପ୍ରଭୁ ଶ୍ରୀରାମ, ଫେରନ୍ତି ରାତିରେ: ଜାଣନ୍ତୁ କ’ଣ ରହିଛି ସତ୍ୟତା?

BJD

ନୂଆଦିଲ୍ଲୀ: ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ମହିମା ବଡ଼ ଅପାର । ପ୍ରଭୁଙ୍କ ଜନ୍ମପୀଠ ଅଯୋଧ୍ୟାରେ ନିର୍ମାଣ ହେଉଛି ଭବ୍ୟ ରାମ ମନ୍ଦିର । କିନ୍ତୁ ଅଯୋଧ୍ୟା ବ୍ୟତୀତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଆଉ ଏକ ପ୍ରସିଦ୍ଧ ଏବଂ ସିଦ୍ଧ ମନ୍ଦିର ମଧ୍ୟ ରହିଛି । ନିବାଡ଼ି ଜିଲ୍ଲାର ଓରଛାରେ ଏହି ମନ୍ଦିର ଅବସ୍ଥିତ । ସାରା ବିଶ୍ୱରେ ଶ୍ରୀରାମଚନ୍ଦ୍ରଙ୍କୁ ଭଗବାନଙ୍କ ରୂପରେ ପୂଜା କରାଯାଉଥିବା ବେଳେ ଏଠାରେ ତାଙ୍କୁ ଜଣେ ରାଜାଙ୍କ ରୂପରେ ପୂଜା କରାଯାଏ । ଏଠାରେ ପ୍ରଭୁ ଶ୍ରୀରାମଙ୍କୁ ଶ୍ରୀ ରାମ ରାଜ ସରକାର ବୋଲି ମଧ୍ୟ କୁହାଯାଏ । ଏଠାରେ ତାଙ୍କର ଶକ୍ତି ମଧ୍ୟ ରହିଥିବା କୁହାଯାଏ ।

ଏଠାରେ ପ୍ରଭୁ ଶ୍ରୀରାମଙ୍କୁ ନେଇ ଏକ ଲୋକବାଣୀ ମଧ୍ୟ ରହିଛି । କୁହାଯାଏ ଯେ, ପ୍ରଭୁ ଶ୍ରୀରାମଙ୍କର ଦୁଇଟି ବାସଗୃହ ରହିଛି । ଏହି ଦୁଇ ସ୍ଥାନରେ ରହିବା ପାଇଁ ପସନ୍ଦ କରିଥାନ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ର । ରାତ୍ର ସମୟରେ ପ୍ରଭୁ ଅଯୋଧ୍ୟାରେ ଶୟନ ପାଇଁ ରହିଥାନ୍ତି । କିନ୍ତୁ ଦିବା ସମୟରେ ଭଗବାନ ଶ୍ରୀରାମ ଓରଛାରେ ଉପସ୍ତିତ ରହି ରାଜ ଦରବାର କାର୍ଯ୍ୟ ସମାପନ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଓରଛାରେ ଯେବେ ଶୟନ ଆଳତୀ ହୁଏ, ତେବେ ଏହା ପାତାଳପୁରୀ ହନୁମାନଙ୍କ ପର୍ଯ୍ୟନ୍ତ ହିଁ ଯାଇଥାଏ । ଏଠାରୁ ପ୍ରଭୁ ଶ୍ରୀରାମ ସୁକ୍ଷ୍ମ ରୂପ ଧାରଣ କରି ଭକ୍ତ ହନୁମାନଙ୍କ କାନ୍ଧରେ କନକ ଭବନ ଅଯୋଧ୍ୟାକୁ ଫେରି ଯାଆନ୍ତି ।

ଓରଛାକୁ ନେଇ ଏହି ମାନ୍ୟତା ରହିଛି ଯେ, ସୱନ୍ତ ୧୬୩୧ ମସିହାରେ ଓରଛାର ମହାରାଣୀ କୁଅଁର ଗଣେଶ ଅଯୋଧ୍ୟାରୁ ପୁଶ୍ୟ ନକ୍ଷତ୍ରରେ ଭଗବାନ ଶ୍ରରାମଙ୍କୁ ନେଇ ଆସିଥିଲେ । ଏହାପରେ ଏଠାକାର ରାଜା ମଧୁକର ଶାହ ଶ୍ରୀରାମଙ୍କ ରାଜ୍ୟାଭିଷେକ କରି ପ୍ରଭୁଙ୍କୁ ନିଜ ସତ୍ତା ସମର୍ପଣ କରିଦେଇଥିବା ବିଶ୍ୱାସ ରହିଛି । ଏହାପରଠାରୁ ପ୍ରଭୁ ଶ୍ରୀରାମଙ୍କୁ ରାମ ରାଜ ସରକାର ବୋଲି କହିଛନ୍ତି ଏଠାକାର ବାସିନ୍ଦା ।

ତେବେ ଦେଶ ବାହାରେ ବିଦେଶରେ ମଧ୍ୟ ଶ୍ରରାମ ରାଜ ସରକାରଙ୍କ ଭକ୍ତ ରହିଛନ୍ତି । ଗତବର୍ଷ ଜୁନରୁ ଜୁଲାଇ ମଧ୍ୟରେ ଶ୍ରଦ୍ଧାଳୁ ରାମ ରାଜ ସରକାରଙ୍କୁ ପାଖରୁ ଦେଖିବା ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଚଳିତବର୍ଷ ନବବର୍ଷର ପ୍ରଥମ ଦିନରେ ଲୋକମାନେ ତାଙ୍କ ନିକଟରୁ ଦର୍ଶନ କରିବା ପାଇଁ ୩ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା । ତେବେ ଭକ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୩ ବର୍ଷ ପୂର୍ବେ ଏଠାରେ ଅନଲାଇନ ସେବା ମଧ୍ୟ ଉପଲବ୍ଧ କରାଯାଇଛି ।

Get real time updates directly on you device, subscribe now.