ହଜିଥିବା ପୁଅ କହି ନେଉଥିଲା ଆଶ୍ରୟ, ଚୋରି ଧରାଇଦେଲା ଗଣମାଧ୍ୟମ, ଟେକିନେଲେ ପୋଲିସ

ନୂଆଦିଲ୍ଲୀ: ମୁଣ୍ଡ ବୁଲେଇ ଦେଲା ଭଳି ଖବର, ଚୋରି କରିବାକୁ ଭିନ୍ନ ତରିକା। ହଜିଥିବା ପୁଅ କହି ନେଉଥିଲା ଆଶ୍ରୟ ନେଇ କରୁଥିଲା ଚୋରି। ନିଜର ଅପହରଣ ହୋଇଥିବା କାହାଣୀ କହି ଅନେକ ଘରୁ ବୁଲାଇଛି କଳାକନା। ଅନେକ ପରିବାରର ହଜିଯାଇଥିବା ପୁଅ ପାଲଟିଯାଉଥିଲା ରାଜୁ। ନଭେମ୍ବର ୨ ୪ତାରିଖରେ ସେ ଗାଜିଆବାଦର ଖୋଡ଼ା ଥାନାରେ ପହଞ୍ଚି ତାଙ୍କ ଦ୍ୱାରା ପ୍ରସ୍ତୁତ ଏକ ମିଥ୍ୟା କାହାଣୀ କହିଥିଲା। ଏହାପରେ ପରିବାର ଲୋକେ ତାକୁ ପୁଅ କହି ନିଜ ଘରକୁ ନେଇଯାଇଥିଲେ।

ଗଣମାଧ୍ୟମରେ ଏହି ଖବର ଆସିବା ପରେ ସେ ଅନ୍ୟ ଅନେକ ପରିବାରକୁ ମଧ୍ୟ ଠକିଥିବା ନେଇ ପୁଲିସନିକଟରେ ଅଭିଯୋଗ ଆସିବା ଆରମ୍ଭ ହୋଇଥିଲା। ଯେଉଁମାନଙ୍କ ପୁଅ ବହୁ ବର୍ଷ ପୂର୍ବେ ଘରୁ ନିଖୋଜ ହୋଇଯାଇଥିଲା, ସେହି ପରିବାରଗୁଡ଼ିକୁ ଟାର୍ଗେଟ କରୁଥିଲା ଅଭିଯୁକ୍ତ। ଏହି ମାମଲାରେ ଗାଜିଆବାଦ ପୋଲିସ ପ୍ରକାଶ କରିଛି ଯେ ୨୪ ନଭେମ୍ବର ୨୦୨୪ରେ ଜଣେ ବ୍ୟକ୍ତି ଖୋଡା ପୋଲିସ ଷ୍ଟେସନକୁ ଆସି କହିଥିଲେ ଯେ ୩୦ ବର୍ଷ ପୂର୍ବେ ତାଙ୍କୁ ଅପହରଣ କରାଯାଇଥିଲା, ଯେତେବେଳେ ତାଙ୍କୁ ୮ ବର୍ଷ ହୋଇଥିଲା।

ଏହାପରେ ତାଙ୍କୁ ରାଜସ୍ଥାନର ଜୈସଲମେରର ଏକ ପରିବାରକୁ ଦିଆଯାଇଥିଲା, ଯେଉଁଠାରେ ସେ ସେମାନଙ୍କ ମେଣ୍ଢା ଓ ଛେଳି ଚରାଉଥିଲେ। ଦିନେ ସେ ସେଠାରୁ ଖସି ଆସି ଏକ ଟ୍ରକରେ ଦିଲ୍ଲୀ ଆସି ଗାଜିଆବାଦରେ ପହଞ୍ଚି ପୁଲିସକୁ ଏହି କାହାଣୀ କହିଥିଲେ। ପୁଲିସ ଖବରକାଗଜରେ ବିଜ୍ଞାପନ ଦେବା ପରେ ନିଖୋଜ ପିଲାଙ୍କ ପରିବାର ଲୋକେ ଥାନାକୁ ଆସିବା ଆରମ୍ଭ କରିଥିଲେ। ଏହି ସମୟରେ ଏକ ପରିବାର ତାଙ୍କୁ ପୁଅ ରୂପେ ସାଙ୍ଗରେ ନେଇଯାଇଥିଲେ।

କିଛି ଦିନ ପରେ ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ତାଙ୍କ କାର୍ଯ୍ୟ ଠିକ୍ ଠାକ୍ ଚାଲିନାହିଁ ଏବଂ ତାଙ୍କ ଶାରୀରିକ ଭାଷାରେ ପରିବର୍ତ୍ତନ ଆସିଛି। ଏହାବ୍ୟତୀତ ଖବରକାଗଜ ଓ ଟିଭି ଚ୍ୟାନେଲରେ ରାଜୁ ୩୦ ବର୍ଷ ପରେ ଘରକୁ ପହଞ୍ଚିଥିବା ଖବର ପ୍ରଚାରିତ ହେବା ମାତ୍ରେ ଡେରାଡୁନର ଏକ ପରିବାର ମଧ୍ୟ ପୁଲିସ ସହ ଯୋଗାଯୋଗ କରି ରାଜୁଙ୍କୁ ନିଜ ପୁଅ ବୋଲି କହିଥିଲେ। ଡେରାଡୁନର ପରିବାର କହିଛନ୍ତି ଯେ ରାଜୁ ତିନି ମାସ ଧରି ଡେରାଡୁନରେ ସେମାନଙ୍କ ସହ ରହିଥିଲା। ପୁଲିସକୁ ସନ୍ଦେହ ହେବାରୁ ସେମାନେ ତାକୁ ପଚରାଉଚରା କରିଥିଲେ।

ଗିରଫ ଅଭିଯୁକ୍ତ ଇନ୍ଦ୍ରରାଜ ରାଜସ୍ଥାନର ବାସିନ୍ଦା। ସେ ପିଲାବେଳୁ ଚୋରି କରିବା ଆରମ୍ଭ କରିଥିଲେ ଏବଂ ତାଙ୍କ ସମ୍ପର୍କୀୟ ଏବଂ ପରିଚିତ ଲୋକଙ୍କ ଘରୁ ଚୋରି କରୁଥିଲେ। ଏହି କାରଣରୁ ଇନ୍ଦ୍ରରାଜଙ୍କ ପରିବାର ଲୋକେ ତାଙ୍କୁ ବିରକ୍ତ କରି ୨୦୦୫ ମସିହାରେ ଘରୁ ବାହର କରିଦେଇଥିଲେ। ଏହାପରେ ଇନ୍ଦ୍ରରାଜ ଜଣେ ସମ୍ପର୍କୀୟଙ୍କ ଘରେ ରହିବା ଆରମ୍ଭ କରିଥିଲେ ଏବଂ କିଛି ଦିନ ମଧ୍ୟରେ ଘରେ ରଖାଯାଇଥିବା ଟଙ୍କା ଓ ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ୨୦୨୧ରେ ରାଜସ୍ଥାନର ହନୁମାନଗଡ଼ରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା।