fbpx

ପୋଲିସ–ମାଓବାଦୀ ଗୁଳି ବିନିମୟ, ବହୁ ମାଓ ସାମଗ୍ରୀ ଜବତ

ସମ୍ବଲପୁର, ୨୭ା୫(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟ ବର୍ତ୍ତମାନ କଠନି ସମୟ ଦେଇ ଗତି କରୁଛି । କରୋନା ଭାଇରସ୍ , ବାତ୍ୟା ଭଳି ପରିସ୍ଥିତି ସାମ୍ନା କରି ପ୍ରତିଦିନ ପ୍ରବାସୀ ଶ୍ରମିକ ହଜାର ହଜାର ସଂଖ୍ୟାରେ ରାଜ୍ୟକୁ ଫେରୁଛନ୍ତି । ଏହାସହ ଓଡ଼ିଶା ପୋଲିସ ମଧ୍ୟ ନକ୍ସଲଙ୍କ ସହ ସାମ୍ନା କରୁଛନ୍ତି । ଏହାରିମଧ୍ୟରେ ଗତକାଲି ବରଗଡ଼ ଡିଭିଏଫ ଟିମ୍ ଏବଂ ବିବିଏମ୍ ଡିଭିଜନର ମହସମୁଦ ପ୍ଲାଟୁନ ମଧ୍ୟରେ ଏକ ଗୁଳିବିନିମୟ ହୋଇଥିଲା । ମେଲଛମୁଣ୍ଡାର ସୁକାଲଟେରମା ଗ୍ରାମ ନିକଟରେ ଏହି ଘଟଣା ଘଟିଥିଲା । ପ୍ରବିଣୀଙ୍କ ନେତୃତ୍ୱରେ ଏହି ପ୍ଲାଟୁନରେ ୭ଜଣ କ୍ୟାଡ଼ର ସାମିଲ ଥିଲେ । ମାଓବାଦୀଙ୍କ ପକ୍ଷରୁ ଗୁଳିଗୋଳା ମାଡ଼ ହେବା ପରେ ସୁରକ୍ଷାକର୍ମୀମାନେ ଯବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଘଟଣାସ୍ଥଳରୁ ଅନେକ ମାଓ ସାମଗ୍ରୀ ଇନସାସ ଆଇଏମଭି ମାଗାଜିନ ,୧୪ଟି ଜୀବନ୍ତ ଗୁଳି, ମାଓବାଦୀ ପୋଷ୍ଟର ଏବଂ ଅନ୍ୟାନ୍ୟ ରାସନ ସାମଗ୍ରୀ ଜବତ ହୋଇଛି ।ଏନେଇ ସମ୍ବଲପୁର ରେଞ୍ଜ ଡ଼ିଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.