fbpx

ଆଜି କିମ୍ବା କାଲିଠାରୁ ଗଡ଼ିପାରେ ଘରୋଇ ବସ୍: ପରିବହନ ମନ୍ତ୍ରୀ

Advertisement

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ବସ ଚଳାଚଳ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଖୁବଶୀଘ୍ର ରାସ୍ତାରେ ଗଡ଼ିବ ଘରୋଇ ବସ୍ ବୋଲି ସେ କହିଛନ୍ତି । ଗତକାଲି ସମସ୍ତ ଘରୋଇ ମାଲିକଙ୍କ ସହ ଆଲୋଚନା ହୋଇଥିଲା । ବସ ମାଲିକ ସଙ୍ଘର ଦାବି ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଛି । ଆଜି ଘରୋଇ ବସ୍ ମାଲିକ ସଙ୍ଘ ବୈଠକ କରୁଛି ବୋଲି ସେ କହିଛନ୍ତି । ଏହାପରେ ଆଜି କିମ୍ବା କାଲିଠାରୁ ବସ୍ ଚଳାଚଳ ନେଇ ସେମାନେ ନିଷ୍ପତ୍ତି ନେବେ । ତାଲାବନ୍ଦ ହଟିବା ପରେ କଡ଼ାକଡ଼ି ହେବ ନୂଆ ମୋଟର ଯାନ ଆଇନ । ମଟର ଯାନ ଆଇନର କୋହଳ ଅବଧି ଜୁନ ମାସ ଯାଏଁ ରହିଛି ।

Get real time updates directly on you device, subscribe now.