fbpx
BJD
BJD SKY
BJD SKY

ସଫଳ ହେଲାନି ପ୍ରେମ କାହଣୀ, ଆଗ ପଛ ହୋଇ ଜୀବନ ହାରିଲେ ଯୁବକ-ଯୁବତୀ: ପ୍ରେମର ସାକ୍ଷୀ ରହିଲା କେବଳ ସେଇ ୨ ଯୋଡିଏ ଲେଖାଏଁ ଆଖି….

ବାଲିଅନ୍ତା, (ଭାସ୍କର ନ୍ୟୁଜ) : ପ୍ରେମ ଅତୁଟ । ପ୍ରକୃତ ଭଲ ପାଇବା ଆଗରେ ସବୁ ତୁଚ୍ଛ । ପରିବାର ଆଗରେ ଦୁହେଁ ନିଜ ପ୍ରେମ ବିଷୟରେ ଜଣାଇ ଥିଲେ ହେଲେ ସେମାନଙ୍କର ନିଷ୍ପତ୍ତିରେ ରାଜି ହୋଇ ନ ଥିଲେ ପରିବାର ଲୋକେ । ଶେଷରେ ଦୁହେଁ ଜୀବନ ହାରିଦେଲେ । ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ ଯେତେ ବି ଖରାପ ସମୟ ଆସୁନା କାହିଁକି କେହି କାହା ସାଥ ଛାଡ଼ିବେ ନାହିଁ ବୋଲି । ହେଲେ ଯେତେବେଳେ ନିଜର ମଣିଷଟା ସବୁ ଦିନ ପାଇଁ ଇହ ଧାମ ତ୍ୟାଗ କରିଦେଲା ସେତେବେଳେ ହତବାକ ହୋଇଯାଇଥିଲେ ପ୍ରେମିକା ଜଣଙ୍କ । ଏମିତି ଏକ ଘଟଣା ଘଟିଛି।

ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ପଣସପାଟଣା ଗ୍ରାମରେ । ଗ୍ରାମର ଯୁବକ ଜଗନ୍ନାଥ ସାହୁ ଓରଫ (ଜଗା) । ଗତ ୧୬ ଏପ୍ରିଲରେ ବିଷ ପିଇ ସଙ୍କଟାପତ୍ନ ଅବସ୍ଥାରେ ବାଳକାଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେଭର୍ତ୍ତି ହୋଇଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ ପ୍ରେମିକା ଡାକ୍ତରଖାନା ଧାଇଁ ଆସିଥିଲା । ପ୍ରେମିକର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନ ଥିଲା ବାଲିାଟଣା ଥାନା ଅନ୍ତର୍ଗତ ଅଚ୍ୟୁତପୁରର ପ୍ରେମିକା ପିଙ୍କି । ଶେଷରେ ଗତକାଲି ବେକରେ ରଶି ଲଗାଇ ପ୍ରେମିକା ମଧ୍ୟ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ୍ୟୁ ପରେ ନିଜ ଜୀବନ ହାରି ମଧ୍ୟ ଦୁହିଁଙ୍କ ପରିବାର ଲୋକେ ଦୁହିଁଙ୍କ ଚକ୍ଷୁ ଦାନ କରିଛନ୍ତି ।

Get real time updates directly on you device, subscribe now.