fbpx

କ୍ୟାନ୍ସର ଚିକିତ୍ସା ସମୟରେ ହେଲା ପ୍ରେମ, ହସ୍ପିଟାଲ୍‌ରେ ହେଲା ବାହାଘର

Advertisement

ନୂଆଦିଲ୍ଲୀ: କର୍କଟ ରୋଗରୁ ସୁସ୍ଥ ହୋଇଥିବା ଏକ ପ୍ରେମୀ ଯୁଗଳ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କର୍କଟ ଚିକିତ୍ସା ସମୟରେ ୨ ଜଣଙ୍କ ଭିତରେ ପ୍ରଥମେ ବନ୍ଧୁତା ଓ ପରେ ଏହି ବନ୍ଧୁତା ପ୍ରେମରେ ବଦଳିବା ପରେ ଶେଷରେ ଦୁହିଁଙ୍କ ବିବାହ ହୋଇଛି । ଏବେ ଏହି ଦମ୍ପତି କର୍କଟକୁ ହରାଇ ଖୁସିରେ ଘର ସଂସାର କରୁଛନ୍ତି । ତେବେ, ସେମାନଙ୍କ ପାଇଁ ଏହି ଯାତ୍ରା ଆଦୌ ବି ସହଜ ନଥିଲା ।

ଆମେରିକାର ଉତ୍‌ହାର ବାସିନ୍ଦା ୨୧ ବର୍ଷୀୟା ଆଲେକ୍‌ସିସ୍‌ ଓ ୨୩ ବର୍ଷୀୟ ରିକିଙ୍କ ଜୀବନରେ ଘଟିଛି ଏହି ପ୍ରେମ କାହାଣୀ । କର୍କଟରେ ପୀଡ଼ିତ ଥିବା ସମୟରେ ଏହି ଦମ୍ପତି ସୋସିଆଲ୍‌ ମିଡିଆରେ ସେମାନଙ୍କ ଚିକିତ୍ସା କାଳରେ ଅନେକ ଗୁଡ଼ିଏ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେମାନେ କି ରି କର୍କଟ ସହ ଲଢ଼ିଛନ୍ତି ଦେଖିବାକୁ ମିଳିଛି । ଆଲେକ୍‌ସିସ୍‌ ଏକ ଗଣମାଧ୍ୟମକୁ କହିଛନ୍ତି ୨୦୧୬ ମସିହାରେ ହସ୍ପିଟାଲ୍‌ରେ ତାଙ୍କ କେମୋଥେରାପି ଚାଲୁଥିବା ବେଳେ ସେ ରିକିଙ୍କ ସହ ଭେଟ ହୋଇଥିଲେ । ରିକିଙ୍କୁ ୧୭ ବର୍ଷ ଓ ତାଙ୍କୁ ୧୫ ବର୍ଷ ବୟସ ହୋଇଥିବା ବେଳେ ସେମାନେ ପରସ୍ପରଙ୍କୁ ପ୍ରଥମେ ହସ୍ପିଟାଲ୍‌ରେ ଭେଟିଥିଲେ । ଦୁହେଁ କର୍କଟ ଆକ୍ରାନ୍ତ ହୋଇଥିବାରୁ ବାରମ୍ବାର ଚେକ୍‌ଅପ୍‌ କାଳରେ ପରସ୍ପରଙ୍କ ଭେଟ ହେବା ପରେ ସେମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା ।

ଆଲେକ୍‌ସିସ୍‌ ପ୍ରଥମେ ୨୦୧୫ ମସିହାରେ ନିଜ କର୍କଟ ବିଷୟରେ ଜାଣିଥିଲେ । ଯାହାପରେ ତାଙ୍କୁ ୧୭ ମାସ ପର୍ଯ୍ୟନ୍ତ ହସ୍ପିଟାଲ୍‌ରେ ରହିବାକୁ ପଡ଼ିଲା । ସେହି ରି ରିକି ନିଜ କର୍କଟ ବିଷୟରେ ୨୦୧୪ ମସିହା ଫେବ୍ରୁଆରି ମାସରେ ଜାଣିଥିଲେ । ସେମାନଙ୍କ କର୍କଟ ଚିକିତ୍ସା ଚାଲିଥିବା ସତ୍ତେ୍ୱ ସେମାନେ ୨୦୧୮ ମସିହା ସେପ୍ଟେମ୍ବର ୧୫ ରେ ପରସ୍ପରଙ୍କୁ ବିବାହ କରିଥିଲେ । ଏବେ ରିକି ପୂରାପୂରି ଭାବେ କର୍କଟକୁ ହରାଇ ସାରିଛନ୍ତି । ସେହିପରି ଆଲେକ୍‌ସିସ୍‌ ଆବଶ୍ୟକୀୟ ଔଷଧ ନେଉଛନ୍ତି । ଖୁବ୍‌ଶୀଘ୍ର ସେ ବି କର୍କଟକୁ ହରାଇ ନିଜକୁ କର୍କଟ ମୁକ୍ତ କରିବେ ବୋଲି ବିଶ୍ୱାସ ରଖିଛନ୍ତି ।

Get real time updates directly on you device, subscribe now.