fbpx

ରୁଷ ରାଷ୍ଟ୍ରପତିଙ୍କୁ ବ୍ଲଡ କ୍ୟାନ୍ସର, ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପୁଟିନ୍‌ !

କିଭ୍‌: ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ୍‌ଙ୍କ ଅବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ରକ୍ତ କର୍କଟରେ ପୀଡ଼ିତ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଛି । ତାଙ୍କର ଚିକିତ୍ସା ଅସାଧ୍ୟ କି ସମ୍ଭବ ତାହା ଜଣାପଡ଼ି ନାହିଁ । କିନ୍ତୁ ଯୁଦ୍ଧ ପରଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି । ଜଣେ ପୂର୍ବତନ ବ୍ରିଟିସ ଗୁପ୍ତଚର ଏହା କହିଛନ୍ତି । କ୍ରିଷ୍ଟୋଫେର ଷ୍ଟେଲି ନାମକ ଗୁପ୍ତଚର ଏହି ତଥ୍ୟ ପ୍ରଘଟ କରିଛନ୍ତି । ଅନ୍ୟପଟେ ରୁଷ ରାଷ୍ଟପ୍ରତିଙ୍କ ଜଣେ ଖାସ୍‌ ଅନୁଗତ ପୁଟିନଙ୍କ ଅବସ୍ଥା ସାଂଘାତିକ ଗୁରୁତର ଥିବା ସେ ରେକର୍ଡ଼ କରିଛନ୍ତି । ଏପରିକି ତାଙ୍କ ପାଖରେ ଆଉ କମ୍‌ଦିନ ରହିଛି ବୋଲି ସେ ଏହି ଅଡିଓ ରେକର୍ଡରେ କହୁଥିବା ଶୁଣିବାକୁ ମିଳୁଛି ।

Get real time updates directly on you device, subscribe now.