fbpx

୧୫ ଜୁନରୁ ରାଜ୍ୟରେ ଲାଗୁ ହେବ ଲଭ-ଜିହାଦ ଆଇନ, ଦୋଷୀଙ୍କୁ ମିଳିବ ଏଭଳି ଦଣ୍ଡ

ନୂଆଦିଲ୍ଲୀ: ଲଭ-ଜିହାଦର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଦେଶର ଆଉ ଏକ ରାଜ୍ୟ ଏହା ବିରୋଧରେ ଆଇନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି । ଧର୍ମ ପରିବର୍ତ୍ତନ, ଧୋକାରେ ବିବାହ କରିବା ମାମଲା ବଢୁଥିବାକୁ ଦେଖି ଗୁଜରାଟରେ ବି ଲଭ-ଜିହାଦ ଆଇନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟରେ ୧୫ ଜୁନରୁ ଲଭ-ଜିହାଦ ଆଇ ଲାଗୁ ହେବ । ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏହି ଲଭ-ଜିହାଦ ଆଇନକୁ ମଞ୍ଜୁରୀ ଦେଇଛନ୍ତି । ଏହି ଆଇନ ଲାଗୁ ହେବା ପରେ ଜବରଦସ୍ତ ଧର୍ମ ପରିବର୍ତ୍ତନ କରିବା ଓ ଧୋକାରେ ବାହା କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହି ଆଇନର ଉଦ୍ଦେଶ୍ୟ ହେଉଛି କି, କୌଣସି ଲୋଭୀ ବ୍ୟକ୍ତି ଜବରଦସ୍ତ ବା କିଛି ହିଂସା କରି କାହାର ଧର୍ମ ପରିବର୍ତ୍ତନ ନକରିପାରୁ । ଏହି ଆଇନ ଅନୁସାରେ, ଧୋକାରେ ବା ଜବରଦସ୍ତ ଧର୍ମ ପରିବର୍ତ୍ତନ କରି ବାହାଘର କରୁଥିବା ମାମଲାରେ ଅପରାଧୀକୁ ୧୦ ବର୍ଷ କାରାଦଣ୍ଡର ବ୍ୟବସ୍ଥା ରହିଛି । ଯଦି କୌଣସି ବ୍ୟକ୍ତି ଏପରି କାର୍ଯ୍ୟ କରିବ ତେବେ ତାକୁ ୧୦ ବର୍ଷ ଜେଲରେ ବିତାଇବାକୁ ପଡିବ ।

ପ୍ରେମ ଜିହାଦ ଆଇନ ଅନୁଯାୟୀ, ଧର୍ମ ଲୁଚାଇ ବିବାହ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପାଞ୍ଚ ବର୍ଷ ଜେଲଦଣ୍ଡ ଏବଂ ଦୁଇ ଲକ୍ଷ ଟଙ୍କା ଜୋରିମାନା ବ୍ୟବସ୍ଥା ରହିଛି। ଅନ୍ୟପକ୍ଷରେ, ଯଦି ଧର୍ମ ଲୁଚାଇ ନାବାଳିକାଙ୍କୁ ବିବାହ କରନ୍ତି, ତେବେ ସାତ ବର୍ଷ ଜେଲ କିମ୍ବା ତିନି ଲକ୍ଷ ଟଙ୍କା ଜୋରିମାନା ହେବାର ବ୍ୟବସ୍ଥା ରହିଛି। ଏଥିସହ ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତିନି ଲକ୍ଷ ଟଙ୍କା ଜୋରିମାନା ଏବଂ ସାତ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ବ୍ୟବସ୍ଥା ରହିଛି ।

Get real time updates directly on you device, subscribe now.