fbpx

ଲଭ୍, ସେକ୍ସ ଓ ଧୋକା: ବିଧବାଙ୍କ ସହିତ ଶାରୀରିକ ସମ୍ପର୍କ ପରେ ଚମ୍ପଟ ମାରିଲା ପ୍ରେମିକ(see video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଥମେ ବନ୍ଧୁତା, ବନ୍ଧୁତାରୁ ପ୍ରେମ ଆଉ ପ୍ରେମରୁ ବିବାହର ପ୍ରତିଶ୍ରୁତି ପରେ ପ୍ରତାରଣା ଦେଇ ଫେରାର ହେଲା ପ୍ରେମିକ । ପ୍ରତିଶ୍ରୁତି ଦେଇ ଏଭଳି ହୃଦୟ ଭାଙ୍ଗିବା ଭଳି ଖବର ରାଜଗାଙ୍ଗପୁରରୁ ଆସିଛି । ଏଠାରେ ଜଣେ ବିଧବାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ କହିଥିଲେ । ଏଥିରେ ମହିଳା ଜଣକ ରାଜି ନହେବାରୁ ତାଙ୍କ ଛାଡି ଚମ୍ପଟ ମାରିଛି ରସିକିଆ ପ୍ରେମିକ । ୨୦୨୧ରେ ଟ୍ରାନ୍ସପୋର୍ଟ କମ୍ପାନିରେ ବିରେନ୍ଦ୍ର ନାଥ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ସହ ମହିଳାଙ୍କର ଦେଖା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଯାଇଥିଲା । ଏହା ପରେ ଉଭୟ ଉଭୟଙ୍କପର ନିକଟତର ହୋଇଥିଲେ । ପ୍ରେମ ସମ୍ପର୍କ ଗଢ଼ି ଉଠିଲା ।

ଏହା ପରେ ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଲା ଶାରୀରିକ ସମ୍ପର୍କ । ବିଭିନ୍ନ ସମୟରେ ଉଭୟ ଉଭୟଙ୍କୁ ଦେଖା କରୁଥିଲେ । ଏପରିକି ବୁଲିବାକୁ ବି ଯାଉଥିଲେ । ଶାରୀରିକ ସମ୍ପର୍କ ରଖିବା ପରେ ନିଜର ଅସଲ ରୂପ ଦେଖାଇଲେ ବିରେନ୍ଦ୍ର । ଅନ୍ୟ ପୁରୁଷଙ୍କ ସହ ଯଦି ଶାରିରୀକ ସମ୍ପର୍କ ରଖିବୁ ତାହାହେଲେ ଯାଇ ମୁଁ ତତେ ବିବାହ କରିବି କହିଲେ ମହିଳାଙ୍କୁ ବିରେନ୍ଦ୍ର । କିନ୍ତୁ ମହିଳା ଜଣ ମନା କରିବାକୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା କଥା କଟା କଟି ସହ ବଚସା । ଆଉ ବିରେନ୍ଦ୍ର ଫେରାର ହୋଇଯାଇଥିଲେ । ମହିଳା ଜଣଙ୍କ ତାଙ୍କୁ ବାରମ୍ବାର ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସମ୍ପର୍କ କରିନଥିଲେ। ତେବେ ଏନେଇ ମହିଳା ବାଧ୍ୟ ହୋଇ ରାଜଗାଙ୍ଗପୁର ପୋଲିସ ମାମଲା ରୁଜୁ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.