fbpx

ଦେଶରେ ଓମିକ୍ରନର ଆରମ୍ଭ ହୋଇଯାଇଛି ଗୋଷ୍ଠୀ ସଂକ୍ରମଣ, ମହାନଗର ଗୁଡ଼ିକରେ ଭୟାନକ ଭାରିଆଣ୍ଟର ଭୟାନକ ରୂପ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋଭିଡ୍ କୁ ନେଇ ଭୟାନକ ପରିସ୍ଥିତି ରହିଛି । ନୂତନ ଭାରିଆଣ୍ଟ୍ ଓମିକ୍ରନର ସଂକ୍ରମଣ ଦେଶରେ ୧୦ ହଜାର ପାର୍ କରିଛି । ବିଶେଷ କରି ମହାନଗର ଗୁଡ଼ିକରେ ଏହି ଭାରିଆଣ୍ଟ୍ କୁ ନେଇ ଭୟ ବଢ଼ିବାରେ ଲାଗିଛି । ଇତି ମଧ୍ୟରେ ଓମିକ୍ରନ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ରହିଛି । ନିଜ ବୁଲେଟିନ୍ ରେ ସୂଚନା ଦେଲା କେନ୍ଦ୍ରୀୟ ସଂସ୍ଥା ଓଘଝଇଉଙଏ । ବୁଲେଟିନ୍ ଅନୁସାରେ, ଗୋଷ୍ଠୀ ସଂକ୍ରମଣର ପ୍ରଭାବ ମେଟ୍ରୋ ସହରରେ ଦେଖିବାକୁ ମିଳିଛି । ମେଟ୍ରୋ ସହରରେ ଦ୍ରୁତ ଗତିରେ ମାଡ଼ି ଚାଲିଛି ଓମିକ୍ରନ । ଓମିକ୍ରନର ସବ୍-ଭାରିଆଣ୍ଟ୍ ବିଏ.୨ ମଧ୍ୟ ଦେଶରେ ଚିହ୍ନଟ ହୋଇଛି ।

କେନ୍ଦ୍ରୀୟ ସଂସ୍ଥା ଅନୁସାରେ, ଏବେପର୍ଯ୍ୟନ୍ତ ଓମିକ୍ରନର ବିନା ଲକ୍ଷଣଯୁକ୍ତ ରୋଗୀ ଓ ହାଲୁକା ଲକ୍ଷଣ ଯୁକ୍ତ ରୋଗୀ ଚିହ୍ନଟ ହେଉଥିଲେ । କିନ୍ତୁ ଏବେ ହସ୍ପିଟାଲରେ ଭର୍ତ୍ତି ଓ ଆଇସିୟୁରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ବ୍ୟତୀତ ନୂତନ ଭାରିଆଣ୍ଟ୍ ବି.୧.୬୪୦.୨ ଉପରେ ନଜର ରଖାଯାଇଛି । ଭାରତରେ ଏହାର କୌଣସି ମାମଲା ଚିହ୍ନଟ ହୋଇନାହିଁ । କିନ୍ତୁ ଏହାର ସଂକ୍ରମଣ ଯେପରି ଭବିଷ୍ୟତରେ ଚିନ୍ତାର କାରଣ ନ ସାଜିବ ତା ଉପରେ ଧ୍ୟାନ ଦିଆଯାଉଛି ।

Get real time updates directly on you device, subscribe now.