fbpx

ସାମ୍ନାକୁ ଆସିଲା ଡେଟିଂ ଆପ୍ ଜରିଆରେ ଲଭ୍‌, ସେକ୍ସ, ଧୋକା ମାମଲା; ପୋଲିସ ଠାବ କଲା ୧୫ ମହିଳାଙ୍କୁ ନେଇ ଚାଲୁଥିବା ବଡ ର‌୍ୟାକେଟ୍‌

ନୂଆଦିଲ୍ଲୀ: ଡେଟିଂ ଆପ୍‌ରେ ଲଭ୍‌, ସେକ୍ସ, ଧୋକା ମାମଲାର ପର୍ଦ୍ଦାଫାଶ କରିଛି ଗୋଆ ପୋଲିସ । ଗୁଜରାଟରୁ ଗୋଆ ଆସୁଥିବା ବ୍ୟବସାୟୀଙ୍କୁ ଏହି ମହିଳା ଟିମ୍ ଲୁଟୁଥିଲେ । ବ୍ୟବସାୟୀଙ୍କୁ ଟାର୍ଗେଟ୍ କରିବା ଲାଗି ଏହି ଯୁବତୀମାନେ ଡେଟିଂ ଆପ୍‌ରେ ଦୋସ୍ତୀ କରୁଥିଲେ । ଏହାପରେ ତାଙ୍କୁ ଡେଟିଂରେ ଯିବା ଲାଗି ଲାଗି ଡକାଯାଇଥାଏ । କୌଣସି ଏକ ପଞ୍ଚତାରକା ହୋଟେଲରେ ବ୍ୟବସାୟୀଙ୍କ ଖର୍ଚ୍ଚରେ ଯୁବତୀ ଜଣକ ରହିଥାନ୍ତି ଓ ଶାରୀରିକ ସଂପର୍କ ବି ରକ୍ଷା କରିଥାନ୍ତି । ଏହାପରେ ଆରମ୍ଭ ହୋଇଥାଏ ବ୍ଲାକମେଲିଂ ।

ଗୋଆରେ ଗୁଜରାଟର ବହୁ ବ୍ୟବସାୟୀ ଲଗାତର ଏପରି ଯୁବତୀଙ୍କ ଫାଶରେ ଫସିବା ପରେ ପୋଲିସ ଏହି ମାମଲାରେ ତତ୍ପର ହୋଇଉଠିଛି । ଯାଞ୍ଚ ପରେ ପୋଲିସ ଘଟଣାର ରହସ୍ୟ ଉପରୁ ପରଦା ଉଠାଇବା ସହ ଏ ପର୍ଯ୍ୟନ୍ତ କିଛି ଲୋକଙ୍କୁ ଗିରଫ କରିଛି ।

ପ୍ରକୃତରେ ସେକ୍ସଟର୍ସନର ଏହି ଇଣ୍ଟର ଷ୍ଟେଟ୍ ର‌୍ୟାକେଟ୍ ବହୁ ଦିନରୁ ଚାଲି ଆସୁଥିଲା । ଏହା ଜରିଆରେ ନିଜକୁ ବ୍ୟୁଟିସିଆନ କହୁଥିବା ମହିଳାମାନେ ବ୍ୟବସାୟୀମାନଙ୍କ ସହ ଡେଟିଂ ଆପ୍‌ରେ ବନ୍ଧୁତା କରୁଥିଲେ । ଏହାପରେ ଉଭୟ କୌଣସି ଏକ ବଡ ହୋଟେଲରେ ରହି ସମ୍ବନ୍ଧ ରଖୁଥିଲେ । ଏହାପରେ ମହିଳା ବ୍ୟବସାୟୀଙ୍କୁ ବ୍ଲାକମେଲ୍ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲା । ପ୍ରାରମ୍ଭିକ ଯାଞ୍ଚରେ ପୋଲିସ ୧୫ ମହିଳାଙ୍କ ସନ୍ଧାନ ଲଗାଇ ପାରିଛି । ଏମାନଙ୍କ ମଧ୍ୟରେ ଜଣେ ଓକିଲ ବି ସାମିଲ ରହିଛି । ଏମାନେ ସମସ୍ତେ ହତ୍ୟା ଅଭିଯୋଗରେ ଗୁଜରାଟ ଜେଲ୍‌ରେ ଥିବା ଜଣେ ମହିଳାଙ୍କ ନିର୍ଦ୍ଦେଶରେ ଏପରି କରୁଥିଲେ । ଯାଞ୍ଚରେ ପୋଲିସକୁ ଜଣାପଡିଛି କି ଏହି ଗ୍ୟାଙ୍ଗ ଗୋଆରେ ୩ ଗୋଟି ମିଥ୍ୟା ଦୁଷ୍କର୍ମ ମାମଲା ଦାୟର କରିଥିଲେ ।

ପୀଡିତ ବ୍ୟବସାୟୀଙ୍କ ଉପରେ ସେତେବେଳେ ଦୁଷ୍କର୍ମ ମାମଲା କରାଯାଉଥିଲା ଯେତେେବେଳ ସେମାନଙ୍କ ସହ ସମ୍ବନ୍ଧ ରଖିବା ପରେ ବ୍ଲାକମେଲିଂ କରାଯାଉଥିଲା ଓ ସେମାନେ ପଇସା ଦେବାକୁ ମନା କରି ଦେଉଥିଲେ । ପୋଲିସକୁ ସେତେବେଳେ ସନ୍ଦେହ ହୋଇଥିଲା ଯେତେବେଳେ ଗୁଜରାଟର କିଛି ମହିଳା ଗୋଟିଏ ପ୍ରକାର ଅଭିଯୋଗ ବହୁବାର ଦାଖଲ କରିଥିଲେ ।

Get real time updates directly on you device, subscribe now.