fbpx

(Video) ଭଲ ଅଛି ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ସ୍ୱାସ୍ଥ୍ୟବସ୍ଥା: ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିପାରନ୍ତି ଭାରତର ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ: ଅସୁସ୍ଥତାରୁ ଧିରେଧିରେ ସୁସ୍ଥ ହେଉଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା । ପୁଣି ସେ ମଇଦାନକୁ ଫେରିବେ । ବ୍ୟାଟିଂ କରି ଛକା ଚୌକା ବର୍ଷା କରିବେ । ବୋଲିଂକରି ବିପକ୍ଷ ଦଳର ୱିକେଟ ଭାଙ୍ଗିବେ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ରହିଛି । ଗୋଇଠି ଜନିତ ଆହତ ସମସ୍ୟାରେ ପଡ଼ିଥିବା ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି । କିନ୍ତୁ ସେ ବିଶ୍ୱକପରେ ଭାରତ ଖେଳିବାକୁ ଥିବା ଶେଷ ଲିଗ ମ୍ୟାଚ୍ ପୂର୍ବରୁ ଫେରିବାର ସମ୍ଭାବନା ନାହିଁ ।

ଭାରତ ନଭେମ୍ବର ୧୨ରେ ଡଚ ଟିମ ବିପକ୍ଷରେ ଶେଷ ଲିଗ ମ୍ୟାଚ୍ ଖେଳିବ । ଏହି ମ୍ୟାଚରେ ସମ୍ଭବତଃ ପାଣ୍ଡ୍ୟା ଫିଟ ହୋଇ ଖେଳି ପାରନ୍ତି । ଏହାପୂର୍ବରୁ ଭାରତ ଆସନ୍ତାକାଲି ଶ୍ରୀଲଙ୍କା ଓ ରବିବାର ଦକ୍ଷିଣ ଆଫ୍ରିକାକୁ ଭେଟିବ । ତେବେ ଭାରତ ବର୍ତ୍ତମାନ ୬ଟି ମ୍ୟାଚ୍ରୁ ୬ଟି ଯାକ ମ୍ୟାଚ୍ ବିଜୟୀ ହାସଲ କରିଛି । ବିଶ୍ୱକପର ସେମି ଫାଇନାଲରେ ଏକପ୍ରକାରର ପ୍ରବେଶ କରି ସାରିଛି । ଗୁରୁବାର ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଜିତିଲେ ଭାରତର ସେମି ଫାଇନାଲ ସ୍ଥାନ ପକ୍କା ହୋଇଯିବ । ଅକ୍ଟୋବର ୧୯ ତାରିଖ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ପାଣ୍ଡ୍ୟା ଆହତ ହୋଇଥିଲେ । ଏଥିପାଇଁ ସେ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ମୁକାବିଲା ଖେଳି ପାରି ନଥିଲେ । ଏବେ ସେ ଭାରତର ଆଉ ଦୁଇଟି ମ୍ୟାଚ୍ରୁ ମଧ୍ୟ ବାଦ ପଡ଼ିବେ ।

ବିସିସିଆଇ ସୂତ୍ରରେ କୁହାଯାଇଛି ଯେ “ପାଣ୍ଡ୍ୟାଙ୍କ ଆହତ ସମସ୍ୟା ଜଟିଳ ନୁହେଁ । ସେ ସୁସ୍ଥ ହେଉଛନ୍ତି ଓ ଭାରତ ଶେଷ ଲିଗ ମ୍ୟାଚ୍ ବେଳକୁ କମବ୍ୟାକ କରିବେ । ଏହା ବି ସମ୍ଭାବନା ଅଛି ଯେ ପାଣ୍ତ୍ୟା ସିଧାସଳଖ ସେମି ଫାଇନାଲ ମ୍ୟାଚ୍ ଖେଳିବେ ।” ପାଣ୍ଡ୍ୟା ଦଳରେ ନଥିବାରୁ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିବାକୁ ପଡ଼ିଥିଲା । ତାଙ୍କ ଅନୁପସ୍ଥିତିରେ ଟିମ ମ୍ୟାନେଜମେଣ୍ଟ ୫ ନମ୍ବର ସ୍ପେଶାଲିଷ୍ଟ ବୋଲର ଓ ୬ନଂ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବଙ୍କୁ ବ୍ୟାଟର ଭାବେ ଚୂଡ଼ାନ୍ତ ଏକାଦଶରେ ରଖିଛି । ମହମ୍ମଦ ଶାମି ସୁଯୋଗ ପାଇବା ମାତ୍ରେ କମାଲ କରିଛନ୍ତି । ସେ ଦୁଇଟି ମ୍ୟାଚ୍ରେ ୯ ୱିକେଟ ଦଖଲ କରିଛନ୍ତି । ଗୁରୁବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ହେବ । ତେଣୁ ଦଳ କେଉଁ କମ୍ବିନେସନ ନେଇ ଓହ୍ଲାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି ।

Get real time updates directly on you device, subscribe now.