fbpx

ହାତରେ ପିସ୍ତଲ ବୁଲାଇ ଓ ବାଇକ୍ ଉପରେ ଷ୍ଟଣ୍ଟ କରି ରିଲ୍ସ କରୁଥିଲେ ଯୁବତୀ, ଘରୁ ଉଠାଇ ଆଣିଲା ପୋଲିସ

ମୁଜାଫରପୁର: ସୋସିଆଲ ମିଡିଆରେ ଫେମସ୍ ହେବା ଲାଗି ଲୋକମାନେ ଏବେ କିଛି ବି କରିବାକୁ ପ୍ରସ୍ତୁତ । ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବିହାର ମୁଜାଫରପୁରରେ ଯେଉଁଠି ଜଣେ ନାବାଳିକା ହାତରେ ପିସ୍ତଲକୁ ବୁଲାଇ ରିଲ୍ସ କରୁଥିବାର ନଜର ଆସୁଛନ୍ତି । ଏହି ରିଲ୍ସରେ ପଛରୁ ଡାଇଲଗ୍ ଶୁଣିବାକୁ ମିଳୁଛି, ‘ଏପରି କୌଣସି ଜିଲ୍ଲା ନାହିଁ ଯାହା ମୁଜାଫରପୁରବାଲାଙ୍କ ଦ୍ୱାରା ଦୋହଲି ଯାଇନାହିଁ ।’

ନାବାଳିକା ଜଣକ ହାତରେ ପିସ୍ତଲ ବୁଲାଇ ବୁଲାଇ ବାଇକ୍‌ରେ ଷ୍ଟଣ୍ଟ କରି ଏହି ରିଲ୍ସ ବନାଇଛି । ଏହି ରିଲ୍ସ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମିଳିଥିବା ସୂଚନା ଅନୁଯାୟୀ ମୁଜାଫରପୁରର କମ୍ପାନୀବାଗ ସ୍ଥିତ ସିଟି ପାର୍କରେ ଯୁବତୀ ହାତରେ ପିସ୍ତଲ ଧରି ଏହି ରିଲ୍ କରିଛି । ୪ ଦିନ ତଳେ ପ୍ରସ୍ତୁତ ହୋଇଥିବା ଏହି ରିଲ୍ ବୁଧବାର ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓ ଯୁବତୀଙ୍କୁ ଗିରଫ କରି ଥାନାକୁ ଆଣିଛି । ଏହି ସମୟରେ ପୋଲିସ ଯୁବତୀଙ୍କ ଘରେ ଚଢାଉ କରିଥିଲେ ମଧ୍ୟ ପିସ୍ତଲ ଜବତ କରିପାରିନାହିଁ ।

ଇଫତ୍ ଏକ୍ସକୁଇନ୍ ନାମରେ ଥିବା ଯୁବତୀଙ୍କ ଇନଷ୍ଟା ଆକାଉଣ୍ଟରେ ୧୩୦୦ ଫଲୋୟର୍ସ ଅଛନ୍ତି । ଏଥିରେ ମୋଟ ୩୧ ଭିଡିଓ ଅପଲୋଡ୍ ହୋଇଛି ଯେଉଁଥିରୁ ୩ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ଯୁବତୀ ଭୋଜପୁରୀ ଡାଇଲଗ୍‌ରେ ପିସ୍ତଲ ବୁଲାଉଥିବାର ନଜର ଆସୁଛି । ଅନ୍ୟ ଏକ ଭିଡିଓରେ ଯୁବତୀ ବାଇକ୍ ଉପରେ ଷ୍ଟଣ୍ଟ କରୁଥିବାର ନଜର ଆସୁଛି । ଭିଡିଓ ଭାଇରାଲ୍ ହେବା ପରେ ପୋଲିସ ଆକ୍ସନ ମୋଡ୍‌କୁ ଆସିଛି ଓ ଯୁବତୀଙ୍କ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟକୁ ସର୍ଚ୍ଚ କରିଛି । ଏହାପରେ ପୋଲିସ ଯୁବତୀଙ୍କ ଘରେ ପହଞ୍ଚି ତାଙ୍କୁ ଥାନାକୁ ଆଣିଛି । ଏବେ ପୋଲିସ ଅଧିକ ତଥ୍ୟ ସଂଗ୍ରହ ଲାଗି ଯୁବତୀଙ୍କୁ ପଚରାଉଚୁରା ଜାରି ରଖିଛି । ଏହି କ୍ରମରେ ପୋଲିସ ଜାଣିବାକୁ ପାଇଛି କି ଯୁବତୀ ଜଣକ ସାହେବଗଞ୍ଜ ଅଞ୍ଚଳର ରିଲ୍ସ ଷ୍ଟାର ଗ୍ରୁପ୍ ସହ ଜଡିତ ଅଛି । ସେ ରିଲ୍ସ କରିବା ପାଇଁ ତାଙ୍କୁ ପିସ୍ତଲ ଦେଇଥିବା ୨ ଯୁବକଙ୍କ ନାଁ ବି କହିଛି । ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର ଜବତ ଲାଗି ଚଢାଉ ଜାରି ରଖିଛି ।

Get real time updates directly on you device, subscribe now.