fbpx

ବିବାହିତ ପ୍ରେମିକାକୁ ଭେଟିବାକୁ ରାତିରେ ଆସିଥିଲା ପ୍ରେମିକ, ବେଡରୁମରୁ ଧରାପଡିବା ପରେ ଲଙ୍ଗଳା କରି ପିଟିଲେ ଶଶୂରଘର ଲୋକେ

ବିବାହିତ ପ୍ରେମିକାଙ୍କୁ ଅଧରାତିରେ ଦେଖିପରିବାକୁ ଆସିବା ଜଣେ ପ୍ରେମିକଙ୍କୁ ବେଶ ମହଙ୍ଗା ପଡିଛି । ମହିଳାଙ୍କ ଶାଶୂଘର ଲୋକେ ଦୁହିଁଙ୍କୁ ବେଡରୁମରୁ ଧରିବା ପରେ ଆରମ୍ଭ ହୋଇଗଲା ମହାଭାରତ । ପ୍ରେମିକ ଜଣକୁ ରାସ୍ତା ଉପରକୁ ଘୋଷାଡି ନେବା ସହ ଏପରି ପିଟିଥିଲେ ଯେ ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ବିହାରର ଗୋପାଳଗଞ୍ଜ ଅଞ୍ଚଳରେ ଘଟିଯାଇଛି ।


ତେବେ ଗୋପାଳଗଞ୍ଜର ମୁର୍ଗିଆ ଗାଁରେ ରାତିର ସୁଯୋଗ ନେଇ ଜଣେ ପ୍ରେମିକ ନିଜ ବିବାହିତ ପ୍ରେମିକାକୁ ଦେଖି କରିବା ପାଇଁ ତାଙ୍କ ଶଶୂର ଘରେ ପହଞ୍ଚିଥିଲେ । ମହିଳାଙ୍କ ଶାଶୂଘର ଲୋକେ ଏହାକୁ ଜାଣିପାରିଲେ ଓ ଦୁହିଁ ପ୍ରେମୀଙ୍କ ବେଡରୁମରୁ ଧରିଥିଳେ । ଏହାପରେ ଯୁବକଜଣଙ୍କୁ ମହିଳାଙ୍କ ଶାଶୂଘର ଲୋକ ବାହାରକୁ ଘୋଷାଡି ନେଇ ନିବସ୍ତ୍ର କରି ପିଟିବାରେ ଲାଗିଲେ । ଶବ୍ଦ ଶୁଣି ସାହି ପଡୋଶୀ ଲୋକ ସେଠାରେ ଉପସ୍ଥିତ ହୋଇଥିଲେ । ସବୁକଥା ଶୁଣିବା ପରେ ସମସ୍ତେ ଯୁବକଙ୍କୁ ପିଟିବାରେ ଲାଗିଲେ ।

ଅଭିଯୁକ୍ତର କହିବା ମୁତାବକ, ପରିବାର ସଦସ୍ୟ ଯୁବକଙ୍କ ଗୋହଷର ଏକ ଦଉଡି ବାନ୍ଧି ବହୁ ବାଟ ଟାଣି ନେଇଥିଲେ । କିଛି ବରିଷ୍ଠ ଗ୍ରାମବାସୀ ବୁଝାଇବା ପରେ ସେମାନେ ଯୁବକଙ୍କୁ ଛାଡିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ଜୀବନ ରକ୍ଷା କରିବା ସହ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲା । ଅନ୍ୟପଟେ ଯୁବକ ଜଣକ ଯେଉଁ ମହିଳାଙ୍କୁ ଭେଟ କରିବାକୁ ଆସିଥିଲେ, ସେ ୪ ସନ୍ତାର ମା’ ବୋଲି ଗ୍ରାମବାସୀ କହିଛନ୍ତି ।

Get real time updates directly on you device, subscribe now.