fbpx
BSKY
BJD SHG SKY
BJD MC SKY

୪ ଛୁଆର ମା’ ସହ ବାହାହେବାକୁ କୋର୍ଟରେ ପହଞ୍ଚିଲା ପ୍ରେମିକ: ସେତିକି ବେଳେ ପହଞ୍ଚିଗଲେ ପତ୍ନୀ, ଆରମ୍ଭ ହୋଇଗଲା ହାଇ ଭୋଲଟେଜ୍ ଡ୍ରାମା

ମୁଜାଫରପୁର,୧୩ ।୧୧: ସ୍ତ୍ରୀ ଥାଉ ଥାଉ ଆଉ ଜଣେ ମହିଳାଙ୍କୁ ବିବାହ କରିବାକୁ କୋର୍ଟରେ ପହଞ୍ଚିଥଲେ ସ୍ୱାମୀ । କିନ୍ତୁ ଘଟଣାସ୍ଥଳରେ ପହଞ୍ଚିଗଲେ ପତ୍ନୀ । ଆଉ ତା’ ପରେ ଆରମ୍ଭ ହୋଇଗଲା ହାଇ ଭୋଲଟେଜ୍ ଡ୍ରାମା । ଏହି ଘଟଣା ଗତକାଲି ମୁଜାଫରପୁର କଲେକ୍ଟରେଟ୍ କ୍ୟାମ୍ପସରେ ଦେଖିବାକୁ ମିଳିଥିଲା । ତେବେ ଜଣେ ବ୍ୟକ୍ତି ୪ ଛୁଆର ମା’ଙ୍କୁ ବିବାହ କରିବାକୁ କୋର୍ଟରେ ପହଞ୍ଚିଥିଲେ । କିନ୍ତୁ ସେହି ସମୟରେ ତାଙ୍କ ପତ୍ନୀ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀଙ୍କ କଲର ଧରି ପିଟିବା ଆରମ୍ଭ କରିଥିଲେ ।

ସ୍ୱାମୀ ଜଣକ ଏହି ବିବାହ କରିବାକୁ ଜିଦି ଧରିଥିଲେ । ଯାହା ଫଳରେ ପତ୍ନୀ ତାଙ୍କୁ ଅତି ନିର୍ମମ ଭାବରେ ପିଟିଥିଲେ ଓ ଘୋସାରି ଘୋସାରି ପୋଲିସ ଷ୍ଟେସନ ବାହାରକୁ ଟାଣି ଆଣିଥିଲେ । କିନ୍ତୁ ସ୍ୱାମୀ ଯିବାକୁ ମନା କରିଥିଲେ ।

ଉତ୍ତେଜନା ବଢିବା ଦେଖି ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ସେଠାରୁ ଚମ୍ପଟ ମାରିଥିଲେ ପ୍ରେମିକା । ଏହା ପରେ ପୋଲିସ ଉଭୟ ପତୀ ଓ ପତ୍ନୀଙ୍କୁ ଜିପରେ ବସାଇ ଥାନା ଆଣିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ୱାମୀ ତାଙ୍କ ପତ୍ନୀଙ୍କୁ କ୍ଷମା ମାଗିଥିଲେ । ଘଟଣାକୁ ନେଇ ପତ୍ନୀ କୌଣସି ଅଭିଯୋଗ ନକରିବାକୁ ପୋଲିସ ଉଭୟଙ୍କୁ ପିଆର ବଣ୍ଡରେ ଛାଡି ଦେଇଥିଲା ।

ତେବେ ପୋଲିସ ଷ୍ଟେସନରେ ରତୱାଡା ଗାଁର ବାସିନ୍ଦା ନଫିସା ଖାତୁନ୍ କହିଛନ୍ତି ଯେ, ତାଙ୍କ ସ୍ୱାମୀ ମୁସ୍ତାକ ଗୋଟିଏ ବର୍ଷ ପୂର୍ବରୁ କୋରଲେହିଆ ଅଞ୍ଚଳରେ ରହୁଥିବା ୪ ପିଲାଙ୍କ ମା ସହ ଫେରାର୍ ହୋଇଥିଲେ । ବର୍ଷେ ପର୍ଯ୍ୟନ୍ତ ଦୁହେଁ ଅଲଗା ରାଜ୍ୟରେ ରହୁଥିଲେ । ଗୁରୁବାର ଦିନ ସେ ଜାଣିବାକୁ ପାଇଲେ କି ତାଙ୍କ ସ୍ୱାମୀ ସେହି ମହିଳାଙ୍କ ସହ ବିବାହ କରିବାକୁ କୋର୍ଟ ଆସିଛନ୍ତି । ଏହା ପରେ ସେ ନିଜ ମା ଓ ଭାଇଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀଙ୍କ କଲର ଟାଣି ମାରିବା ଆରମ୍ଭ କରିଥିଲେ ।

Get real time updates directly on you device, subscribe now.