Breaking: ମାଡ଼ି ଆସୁଛି ଲଘୁଚାପ, ତାତିରୁ ମିଳିବ ଆଶ୍ୱସ୍ତି, ବିଜୁଳି ଘଡ଼ଘଡ଼ି ସହ ବହିବ ପବନ
ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହୁଛି। ଫଳରେ ୧୧ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରୁଛି।
ଭୁବନେଶ୍ୱର: ଆସନ୍ତାକାଲିଠୁ ବର୍ଷା ସମ୍ଭାବନା। ଗତକାଲି ୪୦ ଡିଗ୍ରୀ ଉପରେ ଥିଲା ତାତି। ହେଲେ ଆଜିଠୁ ପାଗରେ ପରିବର୍ତ୍ତନ ହୋଇପାରେ। ଆସନ୍ତାକାଲିଠାରୁ ରାଜ୍ୟରେ ୪ ଦିନ ଧରି ବର୍ଷା ଲାଗି ରହିପାରେ। କାରଣ ଆସୁଛି ଲଘୁଚାପ। ତାତିରୁ ମିଳିବ ଆଶ୍ୱସ୍ତି।
ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହୁଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
ସେହିପରି କିଛି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ମଧ୍ୟ ଜାରି କରିଛି ପାଣିପାଗ ବିଭାଗ। ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନାଗିରି।
ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏହି ସମୟରେ ପବନର ବେଗ ୩୦ରୁ ୪୦ ରହିବ। ସେହିପରି ୮ ତାରିଖ ପାଇଁ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ଏହାସହ ୯ ତାରିଖ ଦିନ ୧୯ ଟି ଜିଲ୍ଲା, ୧୦ ତାରିଖରେ ୧୬ ଜିଲ୍ଲା ଆଉ ୧୧ ତାରିଖରେ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।