fbpx
BSKY
BJD MS SKY
BJD YOUTH SKY

ଲକ୍ ଡାଉନ ବେଳେ କଣ ଖୋଲା ରହିବ? ଜାଣନ୍ତୁ

ଭୁବନେଶ୍ୱର, ୨୧ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଏହା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନେଇ ରାଜ୍ୟ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ଲକ୍ ଡାଉନ ରହିବ । ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲା ପାଇଁ ଏହା ଲାଗୁ ହେବ । ଏସବୁ ଜିଲ୍ଲାରେ ସବୁ ସହର ଓ ସବୁ ଗାଁ ଲକ୍ ଡାଉନ ରହିବ । ଏହାସହ ୮ଟି ସହର ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁରରୋଡ଼, ଯାଜପୁର ଟାଉନରେ ମଧ୍ୟ ଏହି ନିୟମ ଳାଗୁ ହେବ । ୨୨ମାର୍ଚ୍ଚ ସକାଳ ୭ରୁ ୨୯ମାର୍ଚ୍ଚ ରାତି ୯ଟା ଯାଏଁ ଏହି ନିୟମ ଳାଗୁ ହେବ ।
ଏହି ଲକ୍ ଡ଼ାଉନ ବେଳେ କଲେକ୍ଟର, ସବ୍-କଲେକ୍ଟର, ତହସିଲ୍, ବ୍ଲକ ଅଫିସ୍ ଖୋଲା ରହିବ । ଏହାସହ ଥାନା, ସ୍ୱାସ୍ଥ୍ୟ ସେବା, ପୌର ସଂସ୍ଥା, ଅଗ୍ନିଶମ, ରେଳ, ବିମାନ ସେବା ବଳବତ୍ତର ରହିବ । ସହର ସହର ମଧ୍ୟରେ ବସ୍ ସେବା ନେଇ ସ୍ଥାନୀୟ ସେବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ । ବିଜୁଳି, ପାଣି, ବ୍ୟାଙ୍କ୍, ଏଟିଏମ୍, ପୌରସେବା, ଖବରକାଗଜ, ଟେଲିଭିଜନ ସଂସ୍ଥା କାର୍ଯ୍ୟ ଜାରି ରହିବ । ମୋବାଇଲ ଓ ଇଣ୍ଟରନେଟ୍ ସେବା, ଡାକସେବା ଜାରି ରହିବ ।
ସେହିପରି ଅତ୍ୟାବଶ୍ୟକ ସାମଗ୍ରୀର ଅନଲାଇନ ସେବା ଜାରି ରହିବ । ଖାଦ୍ୟ, ଔଷଧ, ଚିକିତ୍ସା ଉପକରଣ ସେବା ଉପଲବ୍ଧ ରହିବ । ଖାଦ୍ୟ, ସଉଦା, କ୍ଷୀର, ପାଉଁରୁଟି, ପରିବା ପରିବହନ, ମାଂସ, ମାଛ ପରିବହନସହ ସମ୍ବନ୍ଧୀୟ କାର୍ଯ୍ୟ ବନ୍ଦ ହେବନି । ହସ୍ପିଟାଲ, ଔଷଧ ଦୋକାନ, ଚଷମା ଦୋକାନ ଖୋଲା ରହିବ । ଏସବୁର ପରିବହନ ଓ ସମ୍ବନ୍ଧୀୟ କାର୍ଯ୍ୟ ଜାରି ରହିବ । ପେଟ୍ରୋଲ ପମ୍ପ, ଗ୍ୟାସ୍ ଏଜେନ୍ସି, ଏହାର ଗୋଦାମ ଖୋଲା ରହିବ । ଏସବୁର ମଧ୍ୟ ପରିବହନ ଓ ସମ୍ବନ୍ଧୀୟ କାର୍ଯ୍ୟ ଜାରି ରହିବ । ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ ଜାରି ରହିବ । ଏହାସହ ୫ଜିଲ୍ଲା, ୮ସହରରେ ପେନସନ ଓ ପିଡ଼ିଏସ୍ ବଣ୍ଟନ ବନ୍ଦ ହେବ ।

Get real time updates directly on you device, subscribe now.