fbpx

୪ଟି ଯାକ ଲକଡାଉନ ବିଫଳ: ରାହୁଲ

ନୂଆଦିଲ୍ଲୀ, ୨୬ା୫: ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ ହୋଇଛି । ଏହି ତାଲାବନ୍ଦ ଓ କରୋନାକୁ ନେଇ ଆଜି କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତରେ ଲକଡାଉନ ପ୍ରଭାବହୀନ ବୋଲି ରାହୁଲ କହିଛନ୍ତି । ଏହାସହ ୪ଟି ଯାକ ଲକଡାଉନ ବିଫଳ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଫେଲ ମାରିଛି ବୋଲି ରାହୁଲ କହିଛନ୍ତି । କେନ୍ଦ୍ରରୁ ରାଜ୍ୟଗୁଡ଼ିକୁ ସହାୟତା ମିଳୁନାହିଁ । କରୋନାକୁ ନେଇ କେନ୍ଦ୍ରର ପ୍ଲାନ କଣ ରହିଛି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

Get real time updates directly on you device, subscribe now.