fbpx

ଇଟାଲୀ ରାସ୍ତାରେ ଭାରତ ଗଲେ ଆହୁରି ଅଢ଼େଇମାସ ଲକ୍ ଡାଉନ ଯନ୍ତ୍ରଣା

ନୂଆଦିଲ୍ଲୀ ,୧୧ ।୪:କରେନା ଆକ୍ରାନ୍ତଙ୍କ ଓ ମୃତକଙ୍କ ସଂଖ୍ୟରେ ଭାରତ ଓ ଇଟାଲୀ ମଧ୍ୟରେ ବହୁ ସାମଂଜସ୍ୟ ରହିଛି । ଇଟାଲୀରେ ଯେଉଁଭଳି ଭାବେ କରେନା ବ୍ୟାପିଥିଲା ସମାନଢ଼ଙ୍ଗରେ ଭାରତରେ ମଧ୍ୟ କାୟା ବିସ୍ଥାର କରୁଛି । କେବଳ ପାର୍ଥକ୍ୟ ହେଉଛି ସମୟ । ଗତ ମାର୍ଚ୍ଚ ମାସରେ କରୋନା ଇଟାଲୀରେ ତାଣ୍ଡବ କରିଥିବା ବେଳେ ଭାରତରେ ଏହା ଏପ୍ରିଲରେ ହେଉଛି ।ସରା ବିଶ୍ୱରେ କରେନା ର ସ୍ଥିତି ପରଖୁଥିବା ୱାଲ୍ଡ ମିଟର ଅନୁସାରେ ଏପ୍ରିଲ ୧ ପର୍ୟ୍ୟନ୍ତ ଦେଶରେ କରେନା ଆକ୍ରାନ୍ତଙ୍କ ସଂଖ୍ୟାଥିଲା ୧୯୯୮ ମୃତକଙ୍କ ସଂଖ୍ୟାଥିଲା ୫୮ । ଇଟାଲୀର ପରିସଖ୍ୟାନ ଦେଖଲେ ମାର୍ଚ୍ଚ ୧ ତାରଖ ସୁଦ୍ଧା ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟାଥିଲା ୧୫୭୭, ମୃତକଙ୍କ ସଂଖ୍ୟା ୪୧ ଥିଲା ।ଏପ୍ରିଲ ପ୍ରଥମ ସପ୍ତାହରେ ଅର୍ଥାତ ୭ ତାରିଖ ସୁଦ୍ଧା ଦେଶରେ ୫୯୧୬ ଆକ୍ରାନ୍ତ ହୋଇଥିଲେ ୧୬୦ ଜଣ ମୃତ୍ୟୁବରଣ କରିଥିଲେ । ସେହିଭଳି ମାର୍ଚ୍ଚ ୭ ସୁଦ୍ଧା ଇଟାଲୀରେ ୫୮୮୩ ଜଣ ଆକ୍ରାନ୍ତ ଥିଲେ ୨୩୩ ଜଣ ମୃତ୍ୟବରଣ କରିଥିଲେ । ତଛଡା ପ୍ରତିଦିନ ଇଟାଲୀ ଓ ଭାରତରେ ଆସିଥିବା ପଜେଟିଭ୍ ରିପୋର୍ଟରେ ମଧ୍ୟ କିଛି ପାର୍ଥକ୍ୟ ନାହିଁ । ରହିଛି ଏବେ ଇଟାଲୀ ତାର ଲକ୍ ଡାଉନ ଅବଧି କୁ ମେ ତିନି ତାରଖକୁ ବଢ଼ାଇ ଦେଇଛି । ସେହିଭଳି ଦେଖିବାକୁ ଗଲେ ଭାରତରେ ୩୦ ଏପ୍ରିଲ୍ ଯାଏ ଲକ୍ ଡାଉନ ବଢ଼ାଇବା ନେଇ ନିଷ୍ପତ୍ତି ଆଜି ହୋଇପାରେ । କିନ୍ତୁ ଇଟାଲୀ ସହ ବହୁ ତାଳମେଳ ରଖୁଥିବା ଭାରତ ମଧ୍ୟ ସମାନ ଭାବେ ଇଟାଲୀଠୁ ଏକ ମାସ ଆଗୁଆ ବା ଜୁନ ୩ ତାରଖଯାଏ ଲକ୍ ଡାଉନ ଅବଧି ବଢ଼ାଇବାର ଆଶଙ୍କା କରାଯାଉଛି

Get real time updates directly on you device, subscribe now.