fbpx
BJD SKY
BJD SKY

ଏଥର ଏକା ଏକା ପାଳିବେ ଓଡିଆ ନବବର୍ଷ

BJD

ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର):ଦୁଇ ଦିନ ପରେ ଓଡିଆ ନବବର୍ଷ । ପ୍ରତିବର୍ଷ ରାଜ୍ୟରେ ଏହାକୁ ଧୁମ୍ ଧାମରେ ପାଳନ କରାଯାଏ । ସଭିଏଁ ଏକାଠି ହୁଅନ୍ତି ,ମନ୍ଦିରରେ ପୂଜା ପାଠ ହୁଏ ,ପଣା ଭୋଗ କରାଯାଏ ।ରାଜ୍ୟରେ ହନୁମାନ ଜୟନ୍ତୀ ବି ପାଳନ କରାଯାଏ । କିଛି ସ୍ଥାନରେ ସାହିତ୍ୟ ଆସର ବି କରାଯାଏ । କିନ୍ତୁ ଏଥର ସବୁ ବନ୍ଦ । ଖାଲି ଲକ୍ ଡାଉନ୍ ପାଇଁ ନୁହେଁ ,କେନ୍ଦ୍ର ସରକାର ବି ଏଥିପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି । ଖାଲି ପଣା ସଂକ୍ରାନ୍ତି ,ଓଡିଆ ନବବର୍ଷ ନୁହେଁ ବରଂ ବିଭିନ୍ନ ରାଜ୍ୟରେ ପାଳିତ ହେଉଥିବା ବୈଶାଖୀ, ରଙ୍ଗୋଲୀ ,ଅକ୍ଷୟ ତୃତୀୟା ଆଦି ପର୍ବରେ କିଛିଟା କଟକଣା ଲଗାଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।ସମସ୍ତ ଧାର୍ମିକ ସଭା ଓ ଶୋଭାଯାତ୍ରାକୁ ଅନୁମତି ନଦେବା କୁ କଠୋର ହେବାକୁ ପରାମର୍ଶ ଦେଇଛି । ପରମ୍ପରା ନାଁରେ ଲୋକେ ଏକାଠି ହେଉଥିବାରୁ ଏହା ଦ୍ୱାରା ସାମାଜିକ ଦୂରତ୍ୱ ନିୟମ ଉଲଂଘନର ଯଥେଷ୍ଠ ସମ୍ଭାବନା ରହିଛି

Get real time updates directly on you device, subscribe now.