fbpx

କଣ୍ଡୋମ ତିଆରି କରୁଥିବା କମ୍ପାନୀକୁ ଟେଷ୍ଟ କିଟ୍ ପ୍ରସ୍ତୁତ ପାଇଁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୧୧ ।୪: କରୋନା ଭାଇରସକୁ ରୋକିବା ପାଇଁ ସରକାର ସାମାଜିକ ଦୂରତା ସହ ଅଧିକରୁ ଅଧିକ ରକ୍ତ ପରୀକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି । ପ୍ରତିଦିନ ପରୀକ୍ଷାର ସଂଖ୍ୟା ବଢାଇବା ଚେଷ୍ଟା ଚାଲିଛି । ବର୍ତ୍ତମାନ ଦେଶରେ ପର୍ଯ୍ୟାପ୍ତ ପରୀକ୍ଷଣ କିଟ୍ ନାହିଁ । ଏଭଳି ପରିସ୍ଥିତିରେ କଣ୍ଡୋମ ତିଆରି କରୁଥିବା ଏକ ସରକାରୀ କମ୍ପାନୀ ହିନ୍ଦୁସ୍ତାନ ଲ୍ୟାଟେକ୍ସ ଲିମିଟେଡ(HLL)କୁ କିଟ୍ ତିଆରି କରିବାର ଦାୟିତ୍ୱ ଦିଆଯାଇଛି । ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, କିଟ୍ ତିଆରି କାର୍ଯ୍ୟ ସୋମବାରଠାରୁ ଆରମ୍ଭ ହେବ ।

ତେବେ ବର୍ତ୍ତମାନ ୨ ଲକ୍ଷ କିଟ୍ ଉତ୍ପାଦନ ପାଇଁ HLLକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ହରିୟାଣାର ମାନେସର ପ୍ଲାଣ୍ଟରେ ପ୍ରତିଦିନ ୨- ହଜାର କିଠ୍ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୧୦ ଦିନ ମଧ୍ୟରେ ଏହି ଅର୍ଡର ପୂରା କରିବାରେ ଯୋଜନା ରହିଛି । ସାଧାରଣତଃ କୋଭିଡ୍-୧୯ ପରୀକ୍ଷା କିଟ୍ ମୂଲ୍ୟ ବଜାରରେ ୭୦୦ରୁ ୮୦୦ ଟଙ୍କା ହୋଇଥାଏ, କିନ୍ତୁ HLL ଏହାର ମୂଲ୍ୟ କେବଳ ୩୫୦ରୁ ୪୦୦ ମଧ୍ୟରେ ରଖିବ । ଚୀନ୍ ମଧ୍ୟ ଏହି କମ୍ପାନୀକୁ କିଟ୍ ତିଆରି ପାଇଁ ଅର୍ଡର ଦେଇଥିବା ଜଣାପଡିଛି ।

Get real time updates directly on you device, subscribe now.