fbpx

ଆଇପିଏଲ ୨୦୨୨: ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ହେଲା ଆଇପିଏଲର ନୂଆ ଫ୍ରାଞ୍ଜାଇଜିର ନାମ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରମିୟର ଲିଗ୍ (ଆଇପିଏଲ) ର ଆସନ୍ତା ସିଜିନରେ ଦୁଇଟି ନୂଆ ଟିମ୍ ଯୋଡ଼ି ହେବାକୁ ଯାଉଛି । ଏହାରି ମଧ୍ୟରେ ସୋମବାର ଲକ୍ଷ୍ନୌ ଫ୍ରାଞ୍ଜାଇଜିର ଅଫିସିଆଲ ନାମ ଘୋଷଣା କରାଯାଇଛି । ଏହି ନୂଆ ଟିମ୍ ର ନାଁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ରହିଛି ଯାହାର ମାଲିକାନା ଆରପି ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ପାଖରେ ରହିଛି ।

ଲକ୍ଷ୍ନୌ ଫ୍ରାଞ୍ଜାଇଜି ସୋସିଆଲ ମିଡିଆରେ ନିଜର ଫ୍ୟାନ୍ସକୁ ନାମ ବାଛିବାକୁ କହିଥିଲା ଏବଂ ଏହାପରେ ନାମର ଘୋଷଣା କରିଥିଲେ । ଏହା ସହ ଫ୍ରାଞ୍ଜାଇଜିର ମାଲିକ ସଞ୍ଜୀବ ଗୋଏଙ୍କା ଏକ ଭିଡିଓ ମେସେଜରେ ଫ୍ୟାନ୍ସଙ୍କୁ ନାମ ବାଛିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

କେଏଲ ରାହୁଲ ଲକ୍ଷ୍ନୌ ଫ୍ରାଞ୍ଜାଇଜିର ଅଧିନାୟକ ରହିବେ, ତାଙ୍କୁ ୧୭ କୋଟିରେ କିଣିଛି ଫ୍ରାଞ୍ଚାଇଜି । ଏହା ସହ ରାହୁଲ ଏବେ ଆଇପିଏଲର ସବୁଠୁ ଦାମୀ ଖେଳାଳି ହୋଇଯାଇଛନ୍ତି । ଏହା ପୂର୍ବରୁ କେଏଲ ରାହୁଲ ପଞ୍ଜାବ କିଙ୍ଗ୍ସ ର ଅଧିନାୟକତ୍ୱ ସମ୍ଭାଳୁଥିଲେ । ନିକଟରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚରେ ଟିମ୍ ର କ୍ୟାପ୍ଟେନ୍ସି ସମ୍ଭାଳିଥିଲେ । ଅବଶ୍ୟ ଭାରତୀୟ ଟିମ୍ ସିରିଜ ହାରିବାକୁ ପଡ଼ିଥିଲା ।

Get real time updates directly on you device, subscribe now.