fbpx

ଆଉ ଶୁଭିବ ନାହିଁ ‘ବବର ଶେର’ର ରଡି, ୧୭ ବର୍ଷରେ ସମସ୍ତଙ୍କୁ ଅଲବିଦା କହି ଆରପାରିକୁ ଚାଲିଗଲା ପୃଥିବୀ

Advertisement

ଲକ୍ଷ୍ନୌ: ଆଉ ନାହିଁ ‘ବବର ଶେର’ ପୃଥିବୀ ଯିଏ ଲକ୍ଷ୍ନୌ  ଚିଡିଆଘରେ ସାରା ବିଶ୍ୱର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଯାହାର ଗୋଟିଏ ରଡି ସାରା ଅଞ୍ଚଳକୁ ଦିନେ ଦୋହଲାଇ ଦେଉଥିଲା ସେ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇ ଯାଇଛି । ଗତ ଶନିବାର ସେ ସମସ୍ତଙ୍କୁ ଅଲବିଦା କହି ସେପାରିକୁ ଚାଲିଯାଇଛି । ପୃଥିବୀର ବୟସ ପାଖାପାଖି ୧୭ ହୋଇଥିଲା । ଚିଡିଆଖାନା ସୂତ୍ରରୁ ଜଣାଯାଇଛି ବୃଦ୍ଧାବସ୍ଥା ଜନିତ କାରଣରୁ ତାହାର ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ ଗତ ୩ ସପ୍ତାହ ହେବ ପୃଥିବୀର ଦେହ ଭଲ ନ ଥିଲା । ଲକ୍ଷ୍ନୌ ଚିଡିଆଘର ପଶୁ ଚିକିତ୍ସକ ତାହାର ଚିକିତ୍ସା କରି ଆସୁଥିଲେ । ପୃଥିବୀର ଖାଦ୍ୟପେୟ ସହିତ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଇ ଆସୁଥିଲା । ଏହା ସତ୍ତେ୍ୱ ବବର ଶେର ପୃଥିବୀକୁ ବଞ୍ଚାଇ ରଖାଯାଇପାରି ନ ଥିଲା ।
୨୦୧୫ରେ ପୃଥିବୀକୁ ଛତିଶଗଡ ବିଳାସପୁର ପ୍ରାଣୀ ଉଦ୍ୟାନରୁ ଲକ୍ଷେ୍ନø ଚିଡିଆଘର ଅଣାଯାଇଥିଲା । ଗତ ୮ ବର୍ଷ ଧରି ସେ ନିଜ ପରିବାର ସହ ଏହି ଚିଡିଆଘରେ ରହୁଥିଲା । ୨୦୧୫ରେ ପୃଥିବୀର ସଙ୍ଗିନୀ ସିଂହୀ ବସୁନ୍ଧରା ୪ଟି ଛୁଆ ଜନ୍ମ ଦେଇଥିଲା ।
ଗତ ୨୧ ଦିନ ହେବ ପୃଥିବୀର ସ୍ୱାସ୍ଥ୍ୟ ଚିନ୍ତାଜନକ ଥିଲା । ଗତ ୪ ଦିନ ହେବ ସେ ଖାଇବା ପିଇବା ଛାଡି ଦେଇଥିଲା । ବୃଦ୍ଧାବସ୍ଥା ଓ ଅତ୍ୟନ୍ତ ଦୂର୍ବଳ ହୋଇଯାଇଥିବା କାରଣରୁ ପୃଥିବୀ ଠିକ୍ ଭାବରେ ଛିଡା ହୋଇପାରୁ ନ ଥିଲା । ପୃଥିବୀର ମୃତ୍ୟୁ ପରେ ୫ ଜଣ ପଶୁ ଚିକିତ୍ସା ଅଧିକାରୀଙ୍କ ତତ୍ତ୍ୱାବଧାନରେ ତାହାର ଶବ ବ୍ୟବଚ୍ଛେଦ କରାଯାଇ ଜଣାପଡିଛି ଯେ, ବୟସାଧିକ୍ୟ କାରଣରୁ ତାହାର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.