fbpx

(ଭିଡିଓ) ମା’ ଶବ ସହ ଦୁଇ ଦିନ: ୫ ବର୍ଷର ଶିଶୁକନ୍ୟାର ପ୍ରଶ୍ନ ଆଗରେ ମୃତ୍ୟୁ ବି ନିରୁତ୍ତର

ମା’ ମୃତ ଦେହ ଦୁଇ ଦିନ ବିତାଇଲା ଝିଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଲାଙ୍ଗୀର ସହର ସାଗରପଡାରେ । ସାଗରପଡା ଶିବ ମନ୍ଦିର ନିକଟ ଘର ଭିତରୁ ଜଣେ ବିଧବା ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ହେଲେ କୁନୀ ନାଏକ। ଇନ୍ଦିରାନଗର ପଡାର କୁନୀ ନାୟକ ସ୍ୱାମୀଙ୍କ ମୃତ୍ୟୁ ପରେ ୫ ବର୍ଷର ଝିଅ ଆର୍ଯ୍ୟା ସହ ସାଗରପଡାର ଶୁଭେନ୍ଦୁ ହୋତାଙ୍କ ଘରେ ରହୁଥିଲେ। ଆଖପାଖ ଅଞ୍ଚଳରେ କାମଧନ୍ଦା କରି ଗୁଜୁରାଣ ମେଣ୍ଟାଉଥିଲେ ମା ଓ ଝିଅ।

ସୋମବାର ସକାଳେ ଝିଅ ପାଖ ପଡୋଶୀଙ୍କ ପାଖକୁ ଯାଇ ତା ମାଁର ମୁହଁରୁ ପୋକ ବାହାରୁଥିବା କହିଥିଲା । ସ୍ଥାନୀୟଲୋକେ ଘରଭିତରକୁ ଯିବାରୁ ଘର ଭିତରେ ପ୍ରବଳ ଦୁର୍ଗନ୍ଧ ହେଉଥିବା ବେଳେ କୁନିଙ୍କ ଗଳିତ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ  ବଲାଙ୍ଗୀର ଏସଡିପିଓଙ୍କ ନେତୃତ୍ୱରେ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ କୁନୀ ବିଭିନ୍ନ ସମୟରେ ଅସୁସ୍ଥ ହେଉଥିବା ନେଇ ଘର ମାଲିକ ଶୁଭେନ୍ଦୁ ହୋତା ସୂଚନା ଦେଇଛନ୍ତି। ଚାଇଲ୍ଡ ଲାଇନ୍ ର ସଦସ୍ୟମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରଛନ୍ତି । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.