fbpx

ଭୁଲରେ ଅନ୍ୟ ଆକାଉଣ୍ଟକୁ Payment କରି ଦେଇଛନ୍ତି? ଜାଣନ୍ତୁ କେମିତି ଫେରିପାଇବେ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଡିଜିଟାଲ ପେମେଣ୍ଟ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ UPI ମାଧ୍ୟମରେ ଟଙ୍କା ନେଣଦେଣ ଖୁବ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ବେଳେବେଳେ ଅନ୍ୟମନସ୍କତାରୁ ଆମେ ଭୁଲ ଆକାଉଣ୍ଟକୁ ଟଙ୍କା ପଠାଇ ଦେଇଥାଉ । ତେବେ ଏମିତି ପରିସ୍ଥିତିରେ ଆପଣ କ’ଣ କରିବେ ଏବଂ କେମିତି ଫେରିପାଇବେ ଆପଣଙ୍କ ଟଙ୍କା? ଆସନ୍ତୁ ଜାଣିବା ଏହାର ଉତ୍ତର

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗାଇଲଶଇନ ଅନୁଯାୟୀ, ୟୁଜରଙ୍କୁ ସର୍ବପ୍ରଥମେ ପେମେଣ୍ଟ ସର୍ଭିସ ପ୍ରେଭାଇଡରକୁ ଏ ସମ୍ପର୍କରେ ରିପୋର୍ଟ କରନ୍ତୁ । ଗୁଗଲ-ପେ, ଫୋନ-ପେ କିମ୍ବା ପେଟିଏମର କେୟାର ସପୋର୍ଟରେ କଲ କରି ଆପଣଙ୍କୁ ଏହି ପ୍ରସଙ୍ଗରେ ତଥ୍ୟ ଦେବାକୁ ପଡିବ । ଏଠାରେ ମାମଲାକୁ ଫ୍ଲାଗ କରିବା ସହ ନିଜ ଟଙ୍କା ଫେରସ୍ତ ପାଇଁ ଅପିଲ କରିପାରିବେ । ତେବେ ଯଦି ୟୁଜରଙ୍କୁ କଷ୍ଟମର କେୟାରଙ୍କ ପକ୍ଷରୁ କୌଣସି ସାହାଯ୍ୟ ନ ମିଳେ, ତେବେ ଏନପିସିଆଇ ପୋର୍ଟାଲରେ ଅଭିଯୋଗ କରି ଟଙ୍କା ଫେରି ପାଇବେ ।

କେମତି କରିବେ ଅଭିଯୋଗ?

  • ପ୍ରଥମେ NPCIର ଅଫିସିଆଲ ୱେବସାଇଟରେ “What we do tab”ରେ କ୍ଲିକ କରନ୍ତୁ
  • ଏହାପରେ UPI Id ଉପରେ କ୍ଲିକ କରନ୍ତୁ
  • ଏଠାରେ “Dispute Redressal Mechanism” ଅପ୍ସନକୁ ସିଲେକ୍ଟ କରନ୍ତୁ
  • ଟ୍ୟାଞ୍ଜାକ୍ସନ ଡିଟେଲ୍ସ ଦେବା ପରେ କାରଣରେ “Incorrectly transferred to another account”କୁ ସିଲେକ୍ଟ କରନ୍ତୁ
  • ଏହାପରେ ଆପଣଙ୍କ ଅଭିଯୋଗ ଦାୟର ହୋଇଯିବ ।

ତେବେ ଏହି ଅଭିଯୋଗ କରିବା ପରେ ମଧ୍ୟ ଯଦି ସମାଧାନ ନ ମିଳେ ତେବେ ପେମେଣ୍ଟ ସର୍ଭିସ ପ୍ରୋଭାଇଡର ବ୍ୟାଙ୍କ ଏବଂ ଯେଉଁ ଆକାଉଣ୍ଟକୁ ଟଙ୍କା ପଠାଯାଇଛି ସେହି ବ୍ୟାଙ୍କ ନିକଟକୁ ଅଭିଯୋଗପତ୍ର ପଠାନ୍ତୁ ।

Get real time updates directly on you device, subscribe now.