fbpx

Do Aur Do Pyarର ଟ୍ରେଲର ରିଲିଜ୍‌, ଏକ୍ସଟ୍ରା ମେରିଟାଲ ଆଫେୟାରର କନଫ୍ୟୁଜନରେ ଛନ୍ଦି ହୋଇଛି କାହାଣୀ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘Do Aur Do Pyar’ର ଟ୍ରେଲର ରିଲିଜ୍ ହୋଇସାରିଛି । ଏହି ଫିଲ୍ମ ମଧ୍ୟମରେ ବିଦ୍ୟା ପୁଣି ଥରେ ସିଲଭର ସ୍କ୍ରୀନରେ କମବ୍ୟାକ୍ କରୁଛନ୍ତି । Shirsha Guha Thakurtaଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ କମେଡି ଫିଲ୍ମ ଦୁଇ ଦମ୍ପତ୍ତିଙ୍କ ବୈବାହିକ ଜୀବନକୁ ନେଇ ଗତିଶୀଳ । ଏହି ଫିଲ୍ମରେ ବିଦ୍ୟା ବାଲାନ୍‌, ଇଲିଆନା ଡିକ୍ରୁଜ୍‌, ପ୍ରତୀକ ଗାନ୍ଧୀ ଏବଂ ସେନ୍‌ଥିଲ ରାମମୂର୍ତ୍ତୀ ମୁଖ୍ୟ ଭୂମିକାରେ ନଜର ଆସିବେ ।

‘Do Aur Do Pyar’ ଫିଲ୍ମ ଟ୍ରେଲରରେ ଦୁଇ ଦମ୍ପତ୍ତିଙ୍କ ବୈବାହିକ ଜୀବନର ଝଲକ ଦେଖିବାକୁ ମିଳିଛି । ଦମ୍ପତ୍ତିଙ୍କ ମଧ୍ୟରେ ଭଲପାଇବାର ସ୍ପାର୍କ ଶେଷ ହେବା ପରେ ଏକ୍ସଟ୍ରା ମେରିଟାଲ ଆଫେୟାର ସ୍ଥାପନ କରିଛନ୍ତି । ଏହା ପରେ ଦମ୍ପତ୍ତିଙ୍କ ଜୀବନରେ ଏକ ପ୍ରକାର କନଫ୍ୟୁଜନ୍ ସୃଷ୍ଟି ହୋଇଥିବାର ଦର୍ଶାଯାଇଛି । ଏହି ଟ୍ରୋଲରରେ କମେଡି ଏବଂ ମନୋରଞ୍ଜନର ଜବରଦସ୍ତ ତଡ଼କା ଦେଖିବାକୁ ମିଳିଛି । ଯାହାକୁ ଦେଖି ଦର୍ଶକମାନେ ବେଶ ଉତ୍ସାହିତ ଅଛନ୍ତି । କହିରଖୁଛୁ ଅଧୁନିକ ପ୍ରେମ ସମ୍ପର୍କ ଉପରେ ଆଧାରିତ ଏହି ଫିଲ୍ମ ଏପ୍ରିଲ ୧୯ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

 

View this post on Instagram

 

A post shared by Vidya Balan (@balanvidya)

Get real time updates directly on you device, subscribe now.