fbpx

ଇନଷ୍ଟାଗ୍ରାମ ରିଲ୍ ଓ ୟୁଟ୍ୟୁବ୍ ସର୍ଟସ୍‌ରୁ କେତେ ହୋଇଥାଏ ରୋଜଗାର, ସାମ୍ନାକୁ ଆସିଲା ତଥ୍ୟ

ଓଡ଼ିଶା ଭାସ୍କର: ଇନଫ୍ଲୁଏନ୍ସର ବା କଣ୍ଟେଣ୍ଟ କ୍ରିଏଟର ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ କେତେ ରୋଜଗାର କରିଥାନ୍ତି । ଇନଫ୍ଲୁଏନ୍ସରଙ୍କ ଲାଇଫ୍‌ଷ୍ଟାଇଲ୍ ପ୍ରାୟ ସମୟ ଚର୍ଚ୍ଚାରେ ରହିଥାଏ । ଏପରି ତ ଏହି ପପୁଲାର ଇନଫ୍ଲୁଏନ୍ସର ମାନଙ୍କ ରୋଜଗାର ଏକ ରହସ୍ୟ ହୋଇଥାଏ । କିନ୍ତୁ ଏବେ ଆସିଥିବା କିଛି ରିପୋର୍ଟରେ ଏହାର ଏକ ହାରାହାରି ତଥ୍ୟ ସାମ୍ନାକୁ ଆସିଛି । ଏ ବିଷୟରେ ଇନଫ୍ଲୁଏନ୍ସର ମାର୍କେଟିଂ ଫାର୍ମ Kofluence ଏକ ରିପୋର୍ଟ ଜାରି କରିଛି । ଫାର୍ମ କହିଛି ଭାରତରେ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର୍ସ ମାସକୁ ୨୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି ।

ଏହି ଲିଷ୍ଟରେ ମାଇକ୍ରୋ ଇନଫ୍ଲୁଏନ୍ସର ବି ସାମିଲ ଅଛନ୍ତି, ଯାହାଙ୍କ ଫଲୋୟର୍ସଙ୍କ ସଂଖ୍ୟା ୧୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ । ଏମାନଙ୍କ ଏନଗେଜମେଣ୍ଟ ରେଟ୍ ୧.୫ରୁ ୨% ପର୍ଯ୍ୟନ୍ତ ହୋଇଥାଏ । ଏହି ଏନଗେଜମେଣ୍ଟର ସଂପର୍କ ସେହି ଶ୍ରୋତାଙ୍କ ସହ ରହିଥାଏ ଯେଉଁମାନେ ପୋଷ୍ଟରେ ଲାଇକ୍ ଓ କମେଣ୍ଟ କରିଥାନ୍ତି । ଏହା ବ୍ୟତିତ ଆପଣ କେଉଁ ପ୍ଲାଟଫର୍ମ ଲାଗି କଣ୍ଟେଣ୍ଟ ତିଆରି କରୁଛନ୍ତି ଏହା ଉପରେ ମଧ୍ୟ ଆପଣଙ୍କ ରୋଜଗାର ନିର୍ଭର କରିଥାଏ ।

ସେହିପରି ଇନଷ୍ଟାଗ୍ରାମ ରିଲ୍ସ ଜରିଆରେ ମାଇକ୍ରୋ ସ୍ତରରେ ଇନଫ୍ଲୁଏନ୍ସର ୨୦ରୁ ୫୦ ହଜାର ପର୍ଯ୍ୟନ୍ତ ରୋଜଗାର କରିଥାଏ । ଅନ୍ୟପକ୍ଷରେ ମାକ୍ରୋ ସ୍ତରରେ ୬୦ ହଜାରରୁ ୧.୬ ଲକ୍ଷ, ମେଗା ସ୍ତରରେ ୩ରୁ ୫ ଲକ୍ଷ ଓ ସେଲିବ୍ରିଟିଜ୍‌ଙ୍କୁ ୭ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ମିଳିଥାଏ । ୟୁଟ୍ୟୁବ୍ ସର୍ଟସରେ ଇନଫ୍ଲୁଏନ୍ସର ମାଇକ୍ରୋ ସ୍ତରରେ ମାସକୁ ୨୦ରୁ ୩୯ ହଜାର , ମାକ୍ରୋ ସ୍ତରରେ ୪୦ରୁ ୧ଲକ୍ଷ, ମେଗା ସ୍ତରରେ ୧.୨ ଲକ୍ଷରୁ ୩ ଲକ୍ଷ ଓ ସେଲିବ୍ରିଟିଜ୍ ୧ରୁ ୫ ଲକ୍ଷ ରୋଜଗାର କରିଥାନ୍ତି ।
ଫ୍ୟାଶନ ଇନଫ୍ଲୁଏନ୍ସରଙ୍କୁ ପ୍ରତି ଭ୍ୟୁ ଲାଗି ୪୦ରୁ ୬୦ ପଇସା ମିଳିଥାଏ । ସେହିପରି ଲାଇଫଷ୍ଟାଇଲ୍ କ୍ରିଏଟରଙ୍କୁ ପ୍ରତି ଭ୍ୟୁ ଲାଗି ୩୦ରୁ ୫୦ ପଇସା ମିଳିଥାଏ ।

Get real time updates directly on you device, subscribe now.