fbpx

ପ୍ରଥମ ଥର ପାଇଁ ଗାଈ ଓ ଗାଈଠୁ ମଣିଷଙ୍କୁ ବ୍ୟାପିଲା H5N1 ସଂକ୍ରମଣ, ବୈଜ୍ଞାନିକ କହିଲେ – ଏହା କରୋନା ଅପେକ୍ଷା ଅଧିକ ମାରାତ୍ମକ

ନୂଆଦିଲ୍ଲୀ: କରୋନାଙ୍କ ବିପଦ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ, ଏହାରି ମଧ୍ୟରେ ବୈଜ୍ଞାନିକମାନେ ଆମେରିକାରେ ବୃଦ୍ଧି ପାଉଥିବା ଅନ୍ୟ ଏକ ସଂକ୍ରାମକ ରୋଗ ବିଷୟରେ ଲୋକଙ୍କୁ ସଚେତନ କରିଛନ୍ତି । ନିକଟରେ ଆମେରିକାର କେତେକ ଲୋକ ଏବଂ ଗୋରୁରେ ବାର୍ଡ ଫ୍ଲୁ କିମ୍ବା ଏଚ୫ଏନ୧ ସଂକ୍ରମଣର ମାମଲଶ ସାମ୍ନାକୁ ଆସିବା ପରେ ବିଶେଷଜ୍ଞମାନେ ଏକ ସତର୍କ ସୂଚନା ଜାରି କରିଛନ୍ତି ।

ଏଚ୫ଏନ୧ ସଂକ୍ରମଣକୁ ମଣିଷ ପାଇଁ ଏକ ଗୁରୁତର ରୋଗ ଏବଂ ସାଂଘାତିକ ବୋଲି ବିବେଚନା କରାଯାଏ । କେବଳ ଏତିକି ନୁହେଁ ବୈଜ୍ଞାନିକମାନେ କହିଛନ୍ତି ଯେ, ମଣିଷଙ୍କଠାରେ ଏଚ୫ଏନ୧ ସଂକ୍ରମଣ କରୋନା ଅପେକ୍ଷା ଅନେକ ଗୁଣ ମାରାତ୍ମକ ହୋଇପାରେ ।
ବାର୍ଡ ଫ୍ଲୁ କରୋନା ଅପେକ୍ଷା ଅଧିକ ବିପଜ୍ଜନକ :-

ଆମେରିକୀୟ ବୈଜ୍ଞାନିକମାନେ କହିଛନ୍ତି, ବାର୍ଡ ଫ୍ଲୁରେ ଏକ ଭୟଙ୍କର ମହାମାରୀ ସୃଷ୍ଟି କରିବାର ସାମର୍ଥ୍ୟ ଅଛି ଯାହା କୋଭିଡ ଅପେକ୍ଷା ୧୦୦ ଗୁଣ ଅଧିକ ଖରାପ ହୋଇପାରେ । ସାରା ବିଶ୍ୱରେ ବୈଜ୍ଞାନିକମାନେ ଅଜ୍ଞାତ ରୋଗ ଏକ୍ସ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଥିବାବେଳେ ମଣିଷମାନଙ୍କରେ ଏଚ୫ଏନ୧ ର ବୃଦ୍ଧି ମାମଲା ଚିନ୍ତା ବଢ଼ାଇଦେଇଛି ।

Get real time updates directly on you device, subscribe now.