ଠିିପ ବନ୍ଦ ମଦ ଦୋକାନରୁ ଚୋରି ଘଟଣା: ୭୩୩୦ଟଙ୍କା ଓ ୫ ଗୋଟି ବୋତଲ ଜବତ, ଜଣେ ଗିରଫ

News across the Earth, news close to your heart, Read Odisha Bhaskar English

ନବରଙ୍ଗପୁର, (ଭାସ୍କର ନ୍ୟୁଜ୍‌): ନବରଙ୍ଗପୁର ସହର ଗବରିଏଲଗୁଡା ନିକଟରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ଠିିପି ବନ୍ଦ ମଦ ଦୋକାନରେ ଗତ ଲୁଲାଇ ୩୦ ତାରିଖ ରାତରେ ଚୋରି ଘଟଣାରେ ନବରଙ୍ଗପୁର ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ନବରଙ୍ଗପୁର ପୋଲିସ ସୂଚନା ମୁତାବକ ଗତ ଜୁଲାଇ ମାସ ୩୧ ତାରିଖରେ ଉକ୍ତ ମଦ ଦୋକାନର ସ୍ୱୀକୃତି ପ୍ରାପ୍ତ ସେଲସ ମ୍ୟାନ ସତ୍ୟନାରାୟଣ ଦାସଙ୍କ ଏଫ୍‌ଆଇଆର୍‌ ଆଧାରରେ ତଦନ୍ତ କରି ସିସିଟିଭି ଫୁଟେଜ ଆଧାରରେ ଗଦବାଗୁଡା ଅଞ୍ଝଳର, ଲହରା ସାହିର ଜାକୋବ ହରିଜନଙ୍କୁ ଗିରଫ କରାଯାଇଛି । ସିସିଟିଭିରେ ମଧ୍ୟରାତ୍ର ଠିକ୍‌ ଦୁଇଟା ସମୟରେ ଦୋକାନର ଟିଣ ତାଡି ଚୋର ମଦ ବୋତଲ ଓ କିଛି ଟଙ୍କା ଚୋରି କରିବା ଦେଖା ଯାଇଥିଲା । ଦୋକାନରୁ ୨୦ ହଜାର ଟଙ୍କା ଓ ଆଠରୁ ଦଶ ଗୋଟି ମଦ ବୋତଲ ଚୋରି ଯାଇଥିବା ଅଭିଯୋଗ ହୋଇଥିବା ବେଳେ ଜାକୋବ ଠାରୁ ୭୩୩୦ଟଙ୍କା ଓ ୫ ଗୋଟି ବୋତଲ ଜବତ କରାଯାଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଚୋରିରେ ତାର ଅନ୍ୟ ସାଥୀମାନେ ସମ୍ପୃକ୍ତ ଥିବାର ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଯୋଜନା କରାଯାଉଥିବା ଆଇଆଇସି କହିଛନ୍ତି ।

Get real time updates directly on you device, subscribe now.