fbpx

ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ କେତେ କମିଲା ପେଟ୍ରୋଲ-ଡିଜେଲ ରେଟ୍? ଜାଣନ୍ତୁ ଆପଣଙ୍କ ସହରର ଦାମ୍

ନୂଆଦିଲ୍ଲୀ: ଜୁଲାଇରେ ପେଟ୍ରୋଲ ଏବଂ ଡିଜେଲର ବଢ଼ୁଥିବା ଦାମକୁ ନେଇ ବୟାନ ଦେଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଥିଲେ ଯେ, ଅଶୋଧିତ ତୈଳ, ଡିଜେଲ-ପେଟ୍ରୋଲ ଏବଂ ବିମାନ ଇନ୍ଧନ (ଏଟିଏଫ) ଉପରେ ଲାଗୁ ହୋଇଥିବା ନୂଆ ଟିକସକୁ ସରକାର ପ୍ରତି ୧୫ ଦିନରେ ସମୀକ୍ଷା କରିବେ । ଅଶୋଧିତ ମୂଲ୍ୟ ହ୍ରାସ ଏବଂ ଅର୍ଥମନ୍ତ୍ରୀଙ୍କ ବିବୃତ୍ତି ପରେ ଘରୋଇ ବଜାରରେ ତେଲର ମୂଲ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା । ତେବେ ଗତ ଅଢ଼େଇ ମାସରୁ ଅଧିକ ସମୟ ଧରି ପେଟ୍ରୋଲ ଏବଂ ଡିଜେଲ ହାରରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ ।

ବିଗତ ଦିନରେ ବ୍ୟାରେଲ ପିଛା ୧୦୦ ଡଲାରରୁ କମ୍ ଅଶୋଧିତ ତେଲର ମୂଲ୍ୟ ପୁଣି ଥରେ ହ୍ରାସ ପାଉଛି । ଡବ୍ଲୁଟିଆଇ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୯୪.୦୨ ଡଲାରକୁ ଖସି ଆସିଛି । ଅନ୍ୟପଟେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୯୯.୩୪ ଡଲାରରେ ହ୍ରାସ ପାଇଥିବାର ଦେଖାଯାଇଛି । ଜୁଲାଇ ଆରମ୍ଭରେ ମହାରାଷ୍ଟ୍ର ସରକାର ପେଟ୍ରୋଲରେ ୫ ଟଙ୍କା ଏବଂ ଡିଜେଲରେ ୩ ଟଙ୍କା ହ୍ରାସ କରି ରାଜ୍ୟବାସୀଙ୍କୁ ଆରାମ ପ୍ରଦାନ କରିଥିଲେ ।

ଆଜିର ମୂଲ୍ୟ କ’ଣ?

– ପୋର୍ଟ ବ୍ଲେୟାରରେ ଲିଟର ପିଛା ପେଟ୍ରୋଲ ୮୪.୧୦ ଟଙ୍କା ଏବଂ ଡିଜେଲ ୭୯.୭୪ ଟଙ୍କା ।
-ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ୮୯.୬୨ ଟଙ୍କା ।
-ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୧୧.୩୫ ଟଙ୍କା ଏବଂ ଡିଜେଲ ୯୭.୨୮ ଟଙ୍କା ।
– ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ୧୦୨.୬୩ ଟଙ୍କା ଏବଂ ଡିଜେଲ ୯୪.୨୪ ଟଙ୍କା ।
କୋଲକାତାରେ ଲିଟର ପିଛା ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ୯୨.୭୬ ଟଙ୍କା ।
– ନୋଏଡାରେ ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଲିଟର ପିଛା ଡିଜେଲ ୮୯.୯୬ ଟଙ୍କା ।
– ଲଖନଉରେ ଲିଟର ପିଛା ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଡିଜେଲ ୮୯.୭୬ ଟଙ୍କା ।
– ଜୟପୁରରେ ଲିଟର ପିଛା ପେଟ୍ରୋଲ ୧୦୮.୪୮ ଟଙ୍କା ଏବଂ ଡିଜେଲ ୯୩.୭୨ ଟଙ୍କା ।
– ତିରୁବନନ୍ତପୁରମରେ ଲିଟର ପିଛା ପେଟ୍ରୋଲ ୧୦୭.୭୧ ଟଙ୍କା ଏବଂ ଡିଜେଲ ୯୬.୫୨ ଟଙ୍କା ।
– ପାଟନାରେ ଲିଟର ପିଛା ପେଟ୍ରୋଲ ୧୦୭.୨୪ ଟଙ୍କା ଏବଂ ଡିଜେଲ ୯୪.୦୪ ଟଙ୍କା ।
– ଗୁରୁଗ୍ରାମରେ ଲିଟର ପିଛା ୯୭.୧୮ ଟଙ୍କା ଏବଂ ଡିଜେଲ ପିଛା ୯୦.୦୫ ଟଙ୍କା ।
– ବେଙ୍ଗାଲୁରୁରେ ଲିଟର ପିଛା ପେଟ୍ରୋଲ ୧୦୧.୯୪ ଟଙ୍କା ଏବଂ ଡିଜେଲ ୮୭.୮୯ ଟଙ୍କା ।
– ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ୧୦୩.୧୯ ଟଙ୍କା ଏବଂ ଡିଜେଲ ୯୪.୭୬ ଟଙ୍କା
– ଚଣ୍ଡିଗଡ଼ରେ ଲିଟର ପିଛା ପେଟ୍ରୋଲ ୯୬.୨୦ ଟଙ୍କା ଏବଂ ଡିଜେଲ ୮୪.୨୬ ଟଙ୍କା ।
– ହାଇଦ୍ରାବାଦରେ ଲିଟର ପିଛା ପେଟ୍ରୋଲ ୧୦୯.୬୬ ଟଙ୍କା ଏବଂ ଡିଜେଲ ୯୭.୮୨ ଟଙ୍କା ।

Get real time updates directly on you device, subscribe now.