fbpx

ଆସନରେ ବସିବାପରେ ପ୍ରଥମଥର ଗାଁ ପରିଦର୍ଶନ କଲେ ଏକନାଥ …..

ପୁଣେ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାର ଦିନ ରାଜ୍ୟର ସର୍ବୋଚ୍ଚ ପଦବୀ ଦଖଲ କରିବା ପରେ ପ୍ରଥମ ଥର ପାଇଁ ସତରା ଜିଲ୍ଲାର ତାଙ୍କ ଗାଁ ରେ ପରିଦର୍ଶନ କରିଛନ୍ତି। ତାଙ୍କୁ ଗ୍ରାମବାସୀମାନେ ସ୍ୱାଗତ କରିଥିଲେ।

 

ସେ କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଦାଇତ୍ବ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ମୋର ଜନ୍ମ ଗ୍ରାମକୁ ଆସିଛି। ଗାଁର ଲୋକମାନେ ମୋତେ ଦେଇଥିବା ସ୍ନେହରେ ମୁଁ ଅତ୍ୟଧିକ ଖୁସି “ଏହି ପଶ୍ଚିମ ମହାରାଷ୍ଟ୍ର ଅଞ୍ଚଳରେ ପର୍ଯ୍ୟଟନ ପାଇଁ ଏକ ବଡ଼ ପରିସର ରହିଛି ଏବଂ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଶ୍ରୀ ସିନ୍ଦେ କହିଛନ୍ତି।

 

ପୋର୍ଟଫୋଲିଓ ଆବଣ୍ଟନ ବିଷୟରେ ପଚରାଯିବାରୁ ଶ୍ରୀ ସିନ୍ଦେ କହିଛନ୍ତି ଯେ ଏହା ଶୀଘ୍ର ଘଟିବ। ସେ କହିଛନ୍ତି, “କ୍ୟାବିନେଟର ସମ୍ପ୍ରସାରଣ କେବେ ହେବ ବୋଲି ପ୍ରଶ୍ନ କରାଯାଇଥିଲା। କ୍ୟାବିନେଟର ସମ୍ପ୍ରସାରଣ ପରି, ପୋର୍ଟଫୋଲିଓ ଆବଣ୍ଟନ ମଧ୍ୟ ଶୀଘ୍ର ହେବ।”ଶିବସେନାର ବରିଷ୍ଠ ମନ୍ତ୍ରୀ ଶ୍ରୀ ସିନ୍ଦେ ଜୁନ୍ ମାସରେ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ନିର୍ଵାଚନ ଲଢ଼ି ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ହେଇପାରିଥିଲେ ।ଏହା ପରେ ଦେବେନ୍ଦ୍ର ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ହେଇ ଥିଲେ ।

Get real time updates directly on you device, subscribe now.