fbpx

ବିମାନ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର, ଦେଶରେ ୨୪ଟି ଅତିରିକ୍ତ ବିମାନ ଚାଳାଚଳ ଆରମ୍ଭ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ଦେଶର ବିମାନ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର । ଘରୋଇ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଦେଶରେ ୨୪ ଟି ଅତିରିକ୍ତ ବିମାନ ଚଳାଚଳ ଆରମ୍ଭ କରିବାକୁ ଘୋଷଣା କରିଛି । ଅଗଷ୍ଟ ୨୦ ରୁ ଏହି ଅତିରିକ୍ତ ବିମାନ ଚଳାଚଳ ଆରମ୍ଭ ହେବ । ଏୟାର ଇଣ୍ଡିଆ କହିଛି ଯେ ଚଳାଚଳ କରୁଥିବା ୨୪ ଟି ଅତିରିକ୍ତ ବିମାନ ମଧ୍ୟରୁ ଦୁଇଟି ଦିଲ୍ଲୀରୁ ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଅହମ୍ମଦାବାଦ ଏବଂ ମୁମ୍ବାଇରୁ ଚେନ୍ନାଇ ଏବଂ ହାଇଦ୍ରାବାଦ ଚଳାଚଳ କରିବ । ଏହା ବ୍ୟତୀତ ମୁମ୍ବାଇ-ବେଙ୍ଗାଲୁରୁ ଏବଂ ଅହମ୍ମଦାବାଦ-ପୁଣେ ରୁଟରେ ମଧ୍ୟ ନୂତନ ବିମାନ ସେବା ଆରମ୍ଭ ହେବ ।

Get real time updates directly on you device, subscribe now.