fbpx

ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା: ଖୁଲମ୍‌ ଖୁଲା ବୁଲୁଛନ୍ତି ଅଭିଯୁକ୍ତ, ଚୁପ ବସିଛି ପୋଲିସ

ଡେଲାଙ୍ଗ,(ଭାସ୍କର ନ୍ୟୁଜ): ଘରବାଡ଼ିରେ ପଶି ଜୋରଜବରଦସ୍ତ ଗଛରୁ ନଡିଆ ତୋଳିଲେ । ପ୍ରତିବାଦ କରିବାରୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କଲୋଜୀବନରୁ ମାରିଦେବାକୁ ଧମକ ଦେଇ ଘରୁ ଘୋଷାଡି ଆଣି ବଳାତ୍କାର କରିବାକୁ ଉଦ୍ୟମ କଲେ । ଏ ନେଇ ଥାନାରେ ଅଭିଯୋଗ କରିବାରୁ ସମ୍ପ୍ରତି ଅନ୍ୟ ଏକ ମାମଲାରେ ଛନ୍ଦି ହଇରାଣ ହରକତ କରୁଥିବାବେଳେ ଗାଁ ଦାଣ୍ଡରେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି । ସ୍ଥାନୀୟ ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁକରି ଗିରଫ କରିବା ପରିବର୍ତ୍ତେ ହାତବାନ୍ଧି ବସିଥିବାରୁ ଏବେ ଅଭିଯୁକ୍ତମାନେ ଖୁଲମଖୁଲା ବୁଲିବା ସହ ସେମାନଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ମିଳିଥିବା ସୂଚନା ଅନୁଯାୟୀ, ଡେଲାଙ୍ଗ ଥାନା ଅନ୍ତର୍ଗତ କଅଁଳପଡ଼ା ଗ୍ରାମର ବିନାୟକ ବଳିୟାରସିଂଙ୍କ ଘରବାଡ଼ିରୁ ସେହି ଗ୍ରାମର ପ୍ରକାଶ କୁମାର ସାମନ୍ତସିଂହାରଙ୍କ କୁପରାମର୍ଶ ଓ ପ୍ରରୋଚନାରେ ପର୍ଶୁରାମ ବଳିୟାରସିଂହ ଓ ପ୍ରଶାନ୍ତ ବଳିୟାରସିଂହ ବଳପୂର୍ବକ ନଡ଼ିଆ ତୋଳି ନେଇଥିଲେ । ତେବେ ପୂର୍ବରୁ ଜାଗା ଓ ଗଛ ବିବାଦକୁ ନେଇ ହାଟ ଡେଲାଙ୍ଗ ଫାଣ୍ଡିରେ ଉଭୟପକ୍ଷଙ୍କ ମଧ୍ୟରେ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଆପୋଷ ସମାଧାନ ହୋଇ ନିଷ୍ପତ୍ତି ତ୍ର ସମ୍ପାଦନ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ଏହାକୁ ବେଖାତିର କରି ବିବାଦୀୟ ଜାଗାରୁ ବଳପୂର୍ବକ ନଡ଼ିଆ ତୋଳିବାରୁ କଳହର ସୂତ୍ରପାତ ହୋଇଥିଲା ।

ଏ ସଂକ୍ରାନ୍ତରେ ମାନି ବଳିୟାରସିଂହଙ୍କ ଅଭିଯୋଗକ୍ରମେ ଡେଲାଙ୍ଗ ଥାନାରେ ୨୦୬/୨୨ରେ ଭାରତୀୟ ପିଙ୍ଗଳ କୋର୍ଡ଼ର ଦଫା ୪୪୭, ୨୯୪, ୩୨୩, ୩୫୪, ୧୦୯, ୫୦୬ ଓ ୩୪ରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଅହେତୁକ ଅନୁକମ୍ପା ପ୍ରଦର୍ଶନ ପୂର୍ବକ ଅଭିଯୁକ୍ତମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବା ଯୋଗୁଁ ଅଭିଯୁକ୍ତମାନେ ଖୁଲମଖୁଲା ଗାଁରେ ବୁଲିବା ସହ ଅଭିଯୋଗକାରିଣୀଙ୍କ ସମେତ ତାଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ଏବଂ ଜୀବନରେ ମାରିଦେବାକୁ ବାରମ୍ବାର ଧମକ ଦେଉଛନ୍ତି । ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦିଗରେ ପୋଲିସ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ବଡ଼ ଧରଣର ଅଘଟଣ ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଅଭିଯୋଗକାରିଣୀ ଆଶଙ୍କା ପ୍ରକଟ କରିଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ଘଟଣାରେ ହସ୍ତକ୍ଷେପ କରି ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦିଗରେ ପଦକ୍ଷେପ ନେବାକୁ ଅଭିଯୋଗକାରିଣୀଙ୍କ ପରିବାର ବିନମ୍ର ଭାବେ ନିବେଦନ କରିଛନ୍ତି ।

Get real time updates directly on you device, subscribe now.