fbpx

‘ମଧୁ’ ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ଆରମ୍ଭ ହୋଇଛି ‘ମଧୁ’ ଆପ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମଧୁ ଆପକୁ ଶୁଭାରମ୍ଭ କରିଛନ୍ତି । VC ଜରିଆରେ ଏହି ଆପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମଧୁ ଆପ୍ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ଆପରେ ପରୀକ୍ଷାର୍ଥୀମାନେ ହାତପାଆନ୍ତାରେ ଶିକ୍ଷା ଲାଭ କରିପାରିବେ । ଆପରେ ପଞ୍ଚମଠାରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ୍ୟକ୍ରମର ସିଲାବସ୍ ରହିବ । ଏହା ସହ ଦଶମ ଶ୍ରେଣୀ ଡ୍ରିମ୍ ପରୀକ୍ଷାର ସମସ୍ତ ପ୍ରଶ୍ନ ଓ ଉତ୍ତର ମଧ୍ୟ ରହିବ ।

Get real time updates directly on you device, subscribe now.