fbpx

‘ମେରା ଦିଲ ୟୈ ପୁକାରେ ଆଜା’ ଗୀତରେ ନାଚି, ଟ୍ରୋଲ ହେଲେ ମାଧୁରୀ

ମୁମ୍ବାଇ: ସୋସିଆଲ ମିଡିଆରେ କିଛିଦିନ ହେବ ପାକିସ୍ତାନର ଏକ ଝିଅ ଆୟେସାର ଭିଡିଓ ଜୋରସୋରରେ ଭାଇରାଲ ହେବାକୁ ଲାଗିଛି । ତାଙ୍କର ପ୍ରଥମ ଭିଡିଓ ଭାଇରାଲ ହୋଇଥିଲା ‘ମେରା ଦିଲ ୟୈ ପୁକାରେ ଆଜା’ ଗୀତରେ । ଆୟେସା ଏହି ଗୀତର ରିମିକ୍ସ ସଙ୍ଗରେ ଡ୍ୟାନ୍ସ କରିଥିଲେ, ଯାହାପାଇଁ ଆୟେସାଙ୍କ ଫ୍ୟାନ୍ସ ଓ ଫଲୋର୍ସ ବଢିଯାଇଥିଲେ । ତେବେ ଏହି ସଙ୍ଗରେ ଅନେକ ଝିଅ ଡ୍ୟାନ୍ସ କରୁଥିବା ବେଳେ, ଧକ ଧକ ଗାର୍ଲ, ମାଧୁରୀ ଦୀକ୍ଷୀତ ନିଜର ନୃତ୍ୟଶୈଳୀରେ ଏହାକୁ ପରିବେଶଣ କରିଛନ୍ତି ଯାହାକୁ ଲୋକେ ଟ୍ରୋଲ କରୁଛନ୍ତି ।

ମେରା ଦିଲ ୟୈ ପୁକାରେ ଆଜାକୁ ଲତା ମଙ୍ଗେଶକର ବୋଲିଥିଲେ । ୧୯୫୪ରେ ରିଲିଜ ହୋଇଥିବା ଫିଲ୍ମ ନାଗିନର ଏହି ଗୀତ । ଏହି ସଂଗୀତକୁ ରାଜିନ୍ଦର କୃଷ୍ଣ ଲେଖିଥିଲେ ଏବଂ ଫିଲ୍ମରେ ପ୍ରଦୀପ କୁମାରଙ୍କ ସହ ବୈଜୟନ୍ତି ମାଳା, ଜୀବନ ଓ ଇନ୍ଦ୍ରଜିତ ସିଂ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ସଂଗୀତର ନୂଆ ଭର୍ଜନରେ ପାକିସ୍ତାନୀ ଝିଅ ଆୟେସାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ମାଧୁରୀ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ମାଧୁରୀ ଯେଉଁ ସାଢି ପିନ୍ଧିଛନ୍ତି ସେଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସୁନ୍ଦର ଦେଖାଯିବାକୁ ନେଇ ଫ୍ୟାନ୍ସ ମାନେ ପ୍ରଶଂସା କରିଛନ୍ତି । ହେଲେ ଟ୍ରୋଲ କରିବାର କଥା ହେଉଛି ଏହା ଯେ, ମାଧୁରୀ ଜଣେ ବିଖ୍ୟାତ ଡ୍ୟାନ୍ସର ହୋଇ ଜଣେ ସାଧାରଣ ପାକିସ୍ତାନୀ ଝିଅର ଷ୍ଟେପକୁ କପି କରି ଡ୍ୟାନ୍ସ କରୁଛନ୍ତି । ଏନେଇ ମାଧୁରୀଙ୍କୁ କମେଣ୍ଟ ମିଳୁଛି । ଅନ୍ୟ କିଛି ସୋସିଆଲ ମିଡିଆ ୟୁଜର୍ସଙ୍କୁ ମାଧୁରୀଙ୍କ ଏହି ଚାହାଣି ପସନ୍ଦ କରିଛନ୍ତି ପ୍ରଶଂସକ ।

Get real time updates directly on you device, subscribe now.