fbpx
BJD SKY
BJD SKY

ଧାର୍ମିକ ସ୍କୁଲରେ ପ୍ରବେଶ ଦେବା ମାନବାଧିକାରର ଉଲ୍ଲଂଘନ: ହିମନ୍ତ ବିଶ୍ୱଶର୍ମା

BJD

ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ ମଦ୍ରାସା ଶିକ୍ଷାର ବିରୋଧ କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରବିବାର କହିଛନ୍ତି ଯେ କୌଣସି ଧାର୍ମିକ ସଂସ୍ଥାନରେ ପ୍ରବେଶ ସେହି ବୟସରେ ହେବା ଦରକାର ଯେଉଁ ବୟସରେ ବ୍ୟକ୍ତି ନିଜ ପାଇଁ ନିଜେ ନିଷ୍ପତ୍ତି ନେଇପାରିବ ।

ଆରଏସଏସ ସହ ଜଡ଼ିତ ସାପ୍ତାହିକ ‘ପାଞ୍ଚଜନ୍ୟ’ ଏବଂ ‘ଅର୍ଗାନାଇଜର’ର ଏକ ଗଣମାଧ୍ୟମ ସମ୍ମିଳନୀରେ ଏମିତି କହିବା ସହ ଶର୍ମା କହିଛନ୍ତି ଯେ ପିଲାମାନେ ସେଠାକୁ କେବେବି ଯିବାକୁ ଚାହିବେନି ଯଦି ତାଙ୍କୁ କୁହାଯାଏ ଯେ ସେଠାକୁ ଗଲା ପରେ ଡାକ୍ତର କିମ୍ବା ଇଞ୍ଜିନିୟର ହୋଇପାରିବେନି । ସେ କହିଛନ୍ତି ଏମିତି ଧାର୍ମିକ ସ୍କୁଲରେ ପ୍ରବେଶ ଦେବା ମାନବାଧିକାରର ଉଲ୍ଲଂଘନ ।

ଶର୍ମା କହିଛନ୍ତି ଯେ ମଦ୍ରାସା ଶବ୍ଦର ଅସ୍ତିତ୍ୱ ସମାପ୍ତ ହେବା ଦରକାର । ଯେ ପର୍ଯ୍ୟନ୍ତ ଏହି ମଦ୍ରାସା ମୁଣ୍ଡରେ ଥିବ, ପିଲାମାନେ କେବେବି ଡାକ୍ତର କିମ୍ବା ଇଞ୍ଜିନିୟର ହୋଇପାରିବେ ନାହିଁ । କୌଣସି ପିଲାକୁ ମଦ୍ରାସାରେ ନାମଲେଖାଇବା ସମୟରେ ପଚାରିଲେ ଜାଣିପାରିବେ କେହିବି ନାମ ଲେଖାଇବାକୁ ପ୍ରସ୍ତୁତ ନଥିବେ । ପିଲାଙ୍କୁ ସେମାନଙ୍କ ମାନବାଧିକାରର ଉଲ୍ଲଂଘନ କରି ମଦ୍ରାସାରେ ପ୍ରବେଶ କରାଯାଉଛି ।

ଶର୍ମା ଆହୁରି କହିଥିଲେ ଯେ ମଦ୍ରାସାରେ ଶିକ୍ଷା ପ୍ରଣାଳୀ ଏଭଳି ହେବା ଦରକାର ଯାହାଦ୍ୱାରା ଛାତ୍ର ଭବିଷ୍ୟତରେ କିଛି କରିପାରିବେ । ଏକ ଟ୍ୱିଟରେ ସେ କହିଛନ୍ତି ଯେ ମଦ୍ରାସାରେ ଔପଚାରିକ ଶିକ୍ଷା ନାଁରେ ଧାର୍ମିକ ଶିକ୍ଷାକୁ ପ୍ରାଥମିକତା ଦିଆଯାଏ । କନି୍ତୁ ପ୍ରତ୍ୟେକ ପିଲାକୁ ବିଞ୍ଜାନ, ଗଣିତ ଏବଂ ମଡର୍ଣ୍ଣ ଏଜୁକେଶନର ଜ୍ଞାନ ବିଷୟରେ ଜାଣିବା ଦରକାର ।

ମଦ୍ରାସାରେ ଯାଉଥିବା ପିଲାମାନେ ଅଧିକ ପ୍ରତିଭାଶାଳୀ କାରଣ ସେମାନେ ମୌଖିକ ଭାବରେ କୁରାନକୁ ମନେ ରଖିଥାନ୍ତି ବୋଲି କୁହାଯାଇଥିଲା, ଏହାକୁ ନେଇ ଶର୍ମା କହିଥିଲେ ଯେ ଯଦି ମଦ୍ରାସା ଯାଉଥିବା ସବୁ ପିଲା ମେଧାବୀ, ତେବେ ଏହା ତାଙ୍କର ହିନ୍ଦୁ ପୀଢ଼ି ଯୋଗୁଁ, କାରଣ ଏମିତି ଏକ ସମୟ ଥିଲା ଯେତେବେଳେ ସବୁ ମୁସଲମାନ ହିନ୍ଦୁଥିଲେ ।

Get real time updates directly on you device, subscribe now.