fbpx

ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଏବଂ ଆଶ୍ରାଫଙ୍କୁ ଗୁଳି କରି ହତ୍ୟା

AAKASH

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ, ଉଭୟଙ୍କୁ ୧୦ ରୁ ଅଧିକ ଗୁଳି ଲାଗିଛି। ଉଲ୍ଲେଖନୀୟ କଥା ହେଉଛି, ଦୁଇ ଦିନ ପୂର୍ବେ ତାଙ୍କ ପୁଅ ଆସାଦ ଏକ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିଲେ। ଅତିକ ଏବଂ ଆଶ୍ରାଫ୍ ପୋଲିସ୍ ହେପାଜତରେ ଥିଲେ।

ଗ୍ୟାଙ୍ଗଷ୍ଟରର ଓକିଲ ବିଜୟ ମିଶ୍ର କହିଛନ୍ତି ଯେ, ସାମ୍ବାଦିକମାନଙ୍କ ଭିଡ଼ରୁ କେହି ଜଣେ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇଙ୍କୁ ଅତି ନିକଟରୁ ଗୁଳି ଚଳାଇଥିଲେ। ମିଶ୍ର କହିଛନ୍ତି ଯେ ଯେତେବେଳେ ତାଙ୍କୁ ଗୁଳି କରାଯାଇଥିଲା ସେତେବେଳେ ସେ ତାଙ୍କ ସହ ଠିଆ ହୋଇଥିଲେ। ତେବେ ଏହି ହତ୍ୟା ମାମଲା ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ।

ଆଜି ମାଫିଆ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କ ସମ୍ପର୍କରେ ପୋଲିସ ଟିମ୍ ଅନେକ ସ୍ଥାନରେ ଚଢ଼ାଉ କରିଥିଲା। ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଅତିକ ଏବଂ ଆଶ୍ରାଫଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ୨୦୦୫ ବିଏସପି ବିଧାୟକ ରାଜୁ ପାଲ ହତ୍ୟା ମାମଲା ଏବଂ ଚଳିତ ବର୍ଷ ଫେବୃଆରୀରେ ଉମେଶ ପାଲ ହତ୍ୟା ମାମଲାରେ ଅତିକ ଅହମ୍ମଦ ମଧ୍ୟ ଅଭିଯୁକ୍ତ ଥିଲେ।

Get real time updates directly on you device, subscribe now.