fbpx

ନବରାତ୍ରୀର ମହାନବମୀରେ କରନ୍ତୁ ନାହିଁ ଏହି ଭୁଲ୍: ନଚେତ୍ ରାଗିଯିବେ ମା’

ସମଗ୍ର ଭାରତବର୍ଷରେ ନବରାତ୍ରୀର ଉତ୍ସବ ବହୁ ଧୁମଧାମରେ ପାଳନ କରାଯାଉଛି । ଆଜି ନବରାତ୍ରୀର ନବମ ଦିନ ହୋଇଥିବା ବେଳେ ଆଜି କନ୍ୟା ପୂଜାର ବିଧି ମଧ୍ୟ ରହିଛି । ଏହି ଦିନ ନବଦୁର୍ଗା ନବମ ସ୍ୱରୂପ ମା ସିଦ୍ଧିଦାତ୍ରୀଙ୍କ ପୂଜା କରାଯାଏ । ନବରାତ୍ରୀର ମହାନବମୀରେ କିଛି ଭୁଲ ନକରିବା ଉଚିତ୍ । ଏହି ଭୁଲ ଆପଣଙ୍କ ନବରାତ୍ରୀର ଫଳକୁ ଓଲଟାଇ ଦେଇପାରେ । ଆସନ୍ତୁ ଜାଣିବା କେଉଁ ଭୁଲ ନକରିବା ଉଚିତ୍…

୧-ମହାନବମୀ ଦିନ କୌଣସି ନୂଆ କାମ କରିବା ଉଚିତ୍ ନୁହେଁ । ନବମୀ ତିଥିକୁ ଖାଲି ତିଥି ବୋଲି କୁହାଯାଏ ।ଏହାର ଅର୍ଥ, ଏହି ଦିନ କୌଣସି କାମ କଲେ ସଫଳତା ମିଳିନଥାଏ ।

୨-ମହାନବମୀର ଦିନ ମା ଦୁର୍ଗାଙ୍କ ପୂଜା କରାଯାଇଥାଏ, କିନ୍ତୁ ଏହି ଦିନ ଶିବ ଜୀଙ୍କ ପୂଜା କରିବା କଥା ନୁହେଁ ।

୩- ନବମୀ ଦିନ ଆକ୍ରାମକତା ବଢ଼ିଯାଇଥାଏ, ସେଥିପାଇଁ ଏହି ଦିନ ବୁଝିବୁଚାରି କଥା ହେବା ଉଚିତ୍ ।

୪-ଆଜିର ଦିନରେ ଲାଉ ଖାଇବା କଥା ନୁହେଁ । ଆଜିର ଦିନରେ ଲାଉ ଖାଇବା, ଗୋମାଂସ ଖାଇବା ସହ ସମାନ । ଆଜିର ଦିନରେ କେବଳ ହାଲୱା, ପୁରୀ ଓ ବୁଟ ଖାଇବା ଉଚିତ୍ ।

୫-ମହାନବମୀ ଦିନ କଳା ପୋଷକରୁ ସାବଧାନ୍ ରୁହନ୍ତୁ । ଏହି ଦିନ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବା ଶୁଭ ହୋଇଥାଏ । ଏହି ରଙ୍ଗ ମା ସିଦ୍ଧିଦାତ୍ରୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏଥିପାଇଁ ଏହି ରଙ୍ଗର ପୋଷାକ ପିନ୍ଧି ମା’ଙ୍କର ପୂଜା କରନ୍ତୁ ।

୬-ମହାନବମୀର ପୂଜା ଦିନ ଅଧିକ ସମୟ ଶୁଅନ୍ତୁ ନାହିଁ । ଏହି ଦିନ ଶୀଘ୍ର ସ୍ନାନ କରି ମାଙ୍କ ଆରାଧନା କରନ୍ତୁ । ଯଦି ଉପବାସ ନକରିବ, ତେବେ ବି ଶୀଘ୍ର ଉଠି ସ୍ନାନ କରନ୍ତୁ ଓ ପୂଜା କରନ୍ତୁ ।

୭-ନବରାତ୍ରୀରେ ସହୃଦରେ ମା’ଙ୍କ ଆରାଧନା କରନ୍ତୁ । ଦୁର୍ଗା ଚାଳୀସା ବା ସପ୍ତଶତୀ ପଢ଼ିବା ସମୟରେ କାହା ସହ କଥା ହୁଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ସମ୍ପୂର୍ଣ୍ଣ ଫଳ ମିଳିନଥାଏ । ଏହା ବ୍ୟତୀତ ମା’ଙ୍କ ଦରବାରରେ ସମ୍ପୂର୍ଣ୍ଣ ବିଧିରେ ପୂଜା କରିବା ଉଚିତ୍ ।

୮- ମହାନବମୀ ଦିନ ଯଜ୍ଞ ଅବଶ୍ୟ କରନ୍ତୁ । ଏହା ବିନା ମହାନବମୀର ପୂଜା-ପାଠ ଅଧା ବୋଲି କୁହାଯାଏ ।ଯଜ୍ଞ ସମୟରେ ହବନ ସାମଗ୍ରୀ ଯେପରି ବାହାରକୁ ନଯାଏ, ତାହା ଉପରେ ଧ୍ୟାନ ଦିଅନ୍ତୁ ।

Get real time updates directly on you device, subscribe now.